କଂଗ୍ରେସ ପାଳିଲା ଶ୍ରଦ୍ଧାଞ୍ଜଳି ଦିବସ : FM ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ବଳଙ୍ଗା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା

youtube

ଭୁବନେଶ୍ବର ୨୪।୭: ରାଜ୍ୟ କଂଗ୍ରେସ ତରଫରୁ ପାଳିତ ହୋଇଛି ଶ୍ରଦ୍ଧାଞ୍ଜଳି ଦିବସ । ବାଲେଶ୍ବର ଏଫ୍‌ଏମ୍‌ ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି । ରାଜ୍ୟରେ ଗୋଟିଏ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିଛି କଂଗ୍ରେସ । 

ଉତ୍କଳ ବିଶ୍ଵବିଦ୍ୟାଳୟର ମୁଖ୍ୟ ଗେଟ୍ ସମ୍ମୁଖରେ ପିସିସି ସଭାପତି ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି । ପିସିସି ସଭାପତି କହିଛନ୍ତି, ରାଜ୍ୟରେ ନାରୀଙ୍କ ଉପରେ ଅତ୍ୟାଚାରକୁ ରୋକିବା ପାଇଁ ଜନ ଜାଗରଣର ଆବଶ୍ୟକତା ରହିଛି । ସେହି କ୍ରମରେ ରାଜ୍ୟବାସୀ ଏବଂ ମହିଳାଙ୍କୁ ସଚେତନ କରିବାକୁ ଆମେ ଏହି ଦିବସ ପାଳନ କରୁଛୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।

Leave A Reply

Your email address will not be published.