ଆଇଏଏସ୍‌ ସ୍ତରରେ ଅଦଳବଦଳ 

youtube

ଭୁବନେଶ୍ୱର: ରାଜ୍ୟ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ବଡ଼ ଧରଣର ପ୍ରଶାସନିକ ଅଦଳବଦଳ କରିଛନ୍ତି । ଏହି ଅଦଳବଦଳରେ ୪୯ ଜଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦିଆଯାଇଛି । ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ଜିଲ୍ଲାପାଳ ସ୍ତରର ଅଧିକାରୀମାନେ ସାମିଲ ଅଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ଜିଲ୍ଲାକୁ ନୂଆ ଜିଲ୍ଲାପାଳ ମିଳିଛି । ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରମୁଖ ବିଭାଗୀୟ ପରିବର୍ତ୍ତନ:
ହେମନ୍ତ ଶର୍ମା: ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ଇପିକଲ୍ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବେ ।
ସଞ୍ଜୀବ କୁମାର ମିଶ୍ର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଥିବା ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ନୂଆ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।
ଭାସ୍କର ଜ୍ୟୋତି ଶର୍ମା: କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ସଚିବ ଥିବା ଭାସ୍କର ଜ୍ୟୋତି ଶର୍ମାଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ।
ରୂପା ରୋଶନ ସାହୁ: ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଥିବା ରୂପା ରୋଶନ ସାହୁଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରାଯାଇଛି ।
ସଚିନ ରାମଚନ୍ଦ୍ର ଯାଦବ: ଉତ୍ତରାଞ୍ଚଳ ଆରଡିସି ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC)ର ସିଇଓ ଥିବା ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି ।
ଚଞ୍ଚଳ ରାଣା: ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣାଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ନୂଆ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।
କିରଣଦୀପ କୌର ସାହୋତା: ଗୁଣୁପୁର ଉପ-ଜିଲ୍ଲାପାଳ ଥିବା କିରଣଦୀପ କୌର ସାହୋତାଙ୍କୁ କଟକ ମହାନଗର ନିଗମ (ସିଏମସି)ର କମିଶନର ଭାବେ ଅବସ୍ଥାପିତ କରାଯାଇଛି ।
ନୂଆ ଜିଲ୍ଲାପାଳମାନଙ୍କ ତାଲିକା:
ଜିଲ୍ଲା ନୂଆ ଜିଲ୍ଲାପାଳ
ଖୋର୍ଦ୍ଧା ଅମ୍ରିତ ଋତୁରାଜ
ପୁରୀ ଦିବ୍ୟଜ୍ୟୋତି ପରିଡ଼ା
ଗଞ୍ଜାମ କୀର୍ତ୍ତି ଭାସନ ଭି
ସୁନ୍ଦରଗଡ଼ ଶୁଭଙ୍କର ମହାପାତ୍ର
କୋରାପୁଟ ମନୋଜ ସତ୍ୟବାନ ମହାଜନ
କନ୍ଧମାଳ ବେଦଭୂଷଣ
ଢେଙ୍କାନାଳ ଆଶିଷ ଈଶ୍ୱର ପାଟିଲ
ମାଲକାନଗିରି ସୋମେଶ କୁମାର ଉପାଧ୍ୟାୟ
ରାୟଗଡ଼ା କୁଲକର୍ଣ୍ଣି ଆଶୁତୋଷ ସି
ଝାରସୁଗୁଡ଼ା ଚଭନ କୁନାଲ ମୋତିରାମ
ଗଜପତି ମଧୁମିତା
ବୌଦ୍ଧ ବିଭୂତି ଭୂଷଣ ନାୟକ
ସୋନପୁର ନୃପରାଜ ସାହୁ (ଓଏଏସ୍)
ଯାଜପୁର ଅମ୍ବର କୁମାର କର (ଓଏଏସ୍)
କେନ୍ଦ୍ରାପଡ଼ା ରଘୁରାମ ଆୟାର
ଏହି ବ୍ୟାପକ ଅଦଳବଦଳ ମାଧ୍ୟମରେ ରାଜ୍ୟ ସରକାର ପ୍ରଶାସନିକ କ୍ଷେତ୍ରରେ ନୂତନ ଗତିଶୀଳତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.