
ଭୁବନେଶ୍ୱର: ଆଜି ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ୨୦୭ ମେଗା ପ୍ରକଳ୍ପ ଦ୍ୱାରା ପାଣି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ୧୮ଟି ପ୍ରକଳ୍ପରେ ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି । ଅଗଷ୍ଟରେ ୨୧, ସେପ୍ଟେମ୍ବରରେ ୧୧ ଓ ଡିସେମ୍ବରରେ ୨୨ଟି ପ୍ରକଳ୍ପ ଶେଷ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।
ଚଳିତବର୍ଷ ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇଛି, ଲୋକେ ଏଥିରୁ ପାଣି ପାଉଛନ୍ତି । ଏଜେନ୍ସି ପାଇଁ ସବୁଦିନ ପେନାଲ୍ଟି ରହୁଛି, ବିଳମ୍ବ ହେଲେ ନୋଟିସ ହେଉଛି । କାମ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ । ଏନେଇ ବିଭାଗ ପକ୍ଷରୁ ୭ ଦିନରେ ଦୁଇ ଥର ମନିଟରିଂ କରାଯିବ ବୋଲି କହିଲେ ମନ୍ତ୍ରୀ ।
ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସେହିପରି ସମସ୍ତ ଜିଲ୍ଲା ଓ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୨୭ ହଜାର ୫୭୦ ନଳକୂପ ଖୋଳାଯାଇଛି । ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସଂପୂର୍ଣ୍ଣ ହେବ ।