ନବାଗତ ଛାତ୍ର ଛାତ୍ରୀ ଙ୍କ ପ୍ରବେଶ ଉତ୍ସବ

add-all

ବଣାଇ : ବଣାଇ ଗଡ଼ ମହା ବିଦ୍ୟାଳୟ ସଭାଗୃହ ଠାରେ ଯୁକ୍ତଦୁଇ ନବାଗତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରବେଶ କାର୍ଯ୍ୟକ୍ରମ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ଲିପିକା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ପରବର୍ତ୍ତୀ ପର୍ଯ୍ୟାୟରେ ଦର୍ଶନ ବିଭାଗର ମୁଖ୍ୟ ଗୀତାଞ୍ଜଳି ଦାଶ, ରସାୟନ ବିଭାଗର ମୁଖ୍ୟ ଡ଼. ପ୍ରେମ ସାଗର ମାହାନ୍ତ, ଛାତ୍ର ପରାମର୍ଶ ଦାତା ତଥା ଇଂରାଜୀ ବିଭାଗର ମୁଖ୍ୟ ଡ଼. ସତ୍ୟବ୍ରତ ନନ୍ଦ, ଓଡ଼ିଆ ବିଭାଗର ମୁଖ୍ୟ ଲକ୍ଷ୍ମୀ କୁଜୁର ପ୍ରମୁଖ ମଞ୍ଚାସିନ ରହି ସ୍ୱକ୍ରିୟ ଅଭିଭାଷଣ ମାଧ୍ୟମରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧିତ କରିବା ସହିତ ତାଙ୍କର ଭବିଷ୍ୟତ କାମନା କରିଥିଲେ l ଏହି ସଭା କାର୍ଯ୍ୟକୁ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼. ଖଗେଶ୍ୱର ମେହେର ସଂଯୋଜନା କରିଥିଲେ l ଏହା ସହିତ ଗଣିତ ବିଭାଗର ମୁଖ୍ୟ ଶ୍ରୀକୃଷ୍ଣ ଚନ୍ଦ୍ର ପଟେଲ, ଓଡ଼ିଆ ବିଭାଗର ଅଧ୍ୟାପକ ଶୀତଳ ମହାନନ୍ଦ ପ୍ରମୁଖ ମଞ୍ଚାସିନ ଓ ନବଗତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଶେଷରେ ଅର୍ଥନୀତି ବିଭାଗର ଅଧ୍ୟାପକ ଜୟନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

ad-week
Leave A Reply

Your email address will not be published.