ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ

youtube

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର  ଡାଙ୍ଗମାଳ ନାଗା ନାରାୟଣ ହାଇସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ।  ଶିକ୍ଷକ ଅମର ପ୍ରସାଦ ମଲ୍ଲିକଙ୍କୁ ସ୍କୁଲ ପରିସରରୁ ଉଠାଇନେଲା ତାଳଚୁଆ ସାମୁଦ୍ରିକ ଥାନା ପୋଲିସ । ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଧାନ ଶିକ୍ଷକଙ୍କ ନିକଟରେ ୧୭ ଜଣ ଛାତ୍ରୀ ଦେଇଛନ୍ତି ଲିଖିତ ଅଭିଯୋଗ ।  ସପ୍ତମ ଶ୍ରେଣୀର ୭ ଜଣ ଓ ୧୦ ମ ଶ୍ରେଣୀର ୧୦ ଜଣ ଛାତ୍ରୀ କରିଛନ୍ତି ଅଭିଯୋଗ  ।  ପ୍ରଧାନ ଶିକ୍ଷକଙ୍କ ନିକଟରେ ଛାତ୍ରୀମାନେ ଅଭିଯୋଗ କଲାପରେ ପ୍ରଧାନ ଶିକ୍ଷକ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସ୍କୁଲରେ ପହଁଞ୍ଚି ଶିକ୍ଷକଙ୍କୁ ଉଠାଇ ନେବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.