ବଢୁଛି ବିଭିନ୍ନ ନଦୀର ଜଳସ୍ତର, ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି

youtube

ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଏହାସହ ବଢି ଚାଲିଛି ବିଭିନ୍ନ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀର ଜଳସ୍ତର ପ୍ରବାହିତ ହେଉଛି । ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସରକାରଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି କରାଯାଇଛି । ଏନେଇ ଶନିବାର ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ସହ ଯୋଗାଯୋଗରେ ରହିଥିବା ବେଳେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଆବଶ୍ୟକ ପଡିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

ଯାଜପୁର ଓ ଭଦ୍ରକର ଜିଲ୍ଲାପାଳଙ୍କୁ ସୂଚନା ଦିଆଯିବା ସହ ସ୍ଥିତି ଉପରେ ନଜର ରଖି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାମନଗର ଓ ଯାଜପୁରର କେତେକ ଅଞ୍ଚଳ ବନ୍ୟା ପାଇଁ ପ୍ରଭାବିତ ହେବ । ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକୀୟ ଜିନିଷ ସହ ଉପସ୍ଥିତ ରହିବାକୁ ଓ ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିବାକୁ କୁହାଯାଇଛି । ବ୍ରାହ୍ମଣୀ ନଦୀରେ ଏଯାଏଁ ବନ୍ୟା ସ୍ଥିତି ଦେଖାଯାଇନି । ହୀରାକୁଦକୁ ୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ରେଙ୍ଗାଲି ଡ୍ୟାମ୍‌ରେ ୩ଟି ଗେଟ୍‌ ଦେଇ ପାଣି ଚାଲିଛି । ବ୍ରାହ୍ମଣୀ ନଦୀର ରେଙ୍ଗାଲି ଡ଼୍ୟାମ୍‌ରେ ଜଳସ୍ତର ବିପଦ ସଙ୍କେତ ଠାରୁ କମ୍‌ ଥିବାରୁ ଅଧିକ ପ୍ରଭାବିତ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.