ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ କଲେ ରାଜ୍ୟ ସରକାର

youtube

ଭୁବେନଶ୍ବର: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପରେ ବାଧା । ବାତିଲ ହେଲା ମେଟ୍ରୋ ପ୍ରକଳ୍ପ ଟେଣ୍ଡର । ସିଗାଲ ଇଣ୍ଡିଆ ସହ ଚୁକ୍ତି ବାତିଲ କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ। ଏନେଇ ଆନୁଷ୍ଠାନିକ ଭାବେ ବାତିଲ ନୋଟିସ ଜାରି କରିଛି ଡିଏମଆରସି । ଚୁକ୍ତିରେ ୬ଟି ଉନ୍ନତ ମେଟ୍ରୋ ଷ୍ଟେସନର ଡିଜାଇନ ଓ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା । ପ୍ରାୟ ୮ ମାସ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା । ସେପଟେ ସେଗାଲ ଇଣ୍ଡିଆ ପକ୍ଷରୁ ବି ଡିଏମଆରସି ଦ୍ବାରା ଚୁକ୍ତି ବାତିଲ କରାଯାଇଥିବା ସୂଚନା ଦିଆଯାଇଛି ।

ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ କଲେ ରାଜ୍ୟ ସରକାର । ସିଇଆଇଜିଆଇଏଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍‌କୁ ପୂର୍ବ ସରକାର କଣ୍ଟ୍ରାକ୍ଟ ଦେଇଥିଲେ । କିନ୍ତୁ ଏହି ଦୁଇ କଂପାନି ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ନିୟମ ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ ଦେଇନାହାନ୍ତି । ଏପରିକି ଦୁଇ କଂପାନି ମେଟ୍ରୋ ରେଳ ପ୍ରକଳ୍ପକୁ ନଷ୍ଟ କରିଥିବା ଅଭିଯୋଗ ଆଣି ଓଡ଼ିଶା ସରକାର ଏଭଳି କଠୋର ପଦକ୍ଷେପ ନେଇଥିବା କୁହାଯାଇଛି ।

ସୂଚନାଯୋଗ୍ୟ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ସବ୍ କମିଟିର ପ୍ରଥମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ କିଛି ଠୋସ୍ ନିଷ୍ପତ୍ତି ହୋଇପାରିନଥିଲା । ଏପରିକି ମେଟ୍ରୋ ରେଳ ଏଲିଭେଟର କରିଡରରେ ହେବ କି ଅଣ୍ଡରଗ୍ରାଉଣ୍ଡ ହେବ, କେଉଁ ଅଞ୍ଚଳକୁ ମେଟ୍ରୋ ଚାଲିବ ସେନେଇ କିଛି ନିଷ୍କର୍ସ ବାହାରିନଥିଲା ।

ଏହି ବୈଠକରେ ମେଟ୍ରୋ ରେଳ ପ୍ରକଳ୍ପ ଉପରେ ଯେତିକି ଆଲୋଚନା ହୋଇନଥିଲା ତା’ଠାରୁ ଅଧିକ ଭୁବନେଶ୍ବରର ଭିଡ଼ କମାଇବା, ସୁଗମ ଟ୍ରାଫିକ ପରିଚାଳନା ନିମନ୍ତେ ସମନ୍ବିତ ଗମନାଗମନ ଯୋଜନା, ରେଳ-ସଡ଼କ ପରିବର୍ତ୍ତନ ପଥ, ପୂର୍ତ୍ତ ବିଭାଗ ପକ୍ଷରୁ ଭୁବନେଶ୍ବରରେ ହେବାକୁ ଥିବା ଏବଂ ନିର୍ମାଣାଧୀନ ଥିବା ବିଭିନ୍ନ ସଡ଼କ,ଫ୍ଲାଏଓଭର ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା । ଆଗାମୀ ୨୦ବର୍ଷକୁ ନଜରରେ ରଖି କିପରି ଗମନାଗମନ ଭିତ୍ତିଭୂମି ନିର୍ମାଣ ହେବ ସେନେଇ ଚର୍ଚ୍ଚା ହୋଇଥିଲା ।

ଏବେ ସାଧାରଣରେ ପ୍ରଶ୍ନ ଉଠିଛି, ଏହି ପ୍ରକଳ୍ପ କାହିଁକି ରଦ୍ଦ ହେଲା ? ଏହାର ଦାୟିତ୍ୱ କିଏ ନେବ ? ଏବଂ ଭୁବନେଶ୍ୱରର ମେଟ୍ରୋ ସ୍ୱପ୍ନ ଏବେ କ’ଣ ହେବ ?

Leave A Reply

Your email address will not be published.