ମାଲକାନଗିରିରେ ପୁଣି ଲଜ୍ଜା : ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କ ସହ କଲେ ଦୁଷ୍କର୍ମ…

youtube

ମାଲକାନଗିରି,୨୭/୦୭ମାଲକାନଗିରି ଜିଲ୍ଲା ଓରକେଲ ଥାନାରେ ପୁଣି ଜଣେ ନାବାଳିକା ଦୁଷ୍କର୍ମ ର ଶିକାର ହୋଇଥିବା ନେଇ ଶନିବାର ଏକ ମାମଲା ରୁଜୁ ହୋଇଛି। ତେବେ ଗତ ୭ ଦିନ ପୂର୍ବେ ଜଣେ ନାବାଳିକା ଗଣଦୁଷ୍କର୍ମ ର ଶିକାର ହୋଇଥିବା ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଆଜି ପୁନଃ ମାଲକାନଗିରି ଜିଲ୍ଲା ଓରକେଲ ଥାନାରେ ଏପରି ସମାନ ଘଟଣା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ନାବାଳିକା ଜଣକ ଗତ ବର୍ଷ ଦଶମ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ନିଜ ମାମୁଁ ଘର କୁଡୁମୁଲୁଗୁମ୍ମା ଫାଣ୍ଡି ଅଞ୍ଚଳରେ ରହୁଥିଲେ। ତେବେ ନାବାଳିକା ଜଣଙ୍କ ନିଜ ଘର ତାଙ୍କ ମାମୁଁ ଘର ଠାରୁ ୨୫ କିମି ଦୂରତା ହୋଇଥିବା ବେଳେ ସେ ନିଜ ଗ୍ରାମରୁ ଫେରିବା ବାଟରେ ଜଣେ ବାଇକ ଚାଳକ ତାଙ୍କ ମାମୁଁ ଘର ଗ୍ରାମ ଅଞ୍ଚଳର ହୋଇଥିବା ଦେଖି ସେ ତାଙ୍କ ବାଇକ ରେ ବସିଥିଲେ। ତେବେ ବାଇକ ଚାଳକ ଜଣକ ତାଙ୍କ ମାମୁଁ ଘର ଗ୍ରାମ କୁ ନ ନେଇ ତାଙ୍କୁ ପ୍ରବର୍ତ୍ତାଇ ଚିତ୍ରକୋଣ୍ଡା ଡ୍ୟାମ ବୁଲିବାକୁ ଉକ୍ତ ନାବାଳିକା ଙ୍କୁ ନେଇଥିଲେ। ପରେ ସନ୍ଧ୍ୟା ହେବାରୁ ସେ ଅନ୍ଧାର ର ସୁଯୋଗ ନେଇ ନାବାଳିକାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହାପରେ ବାଇକ ଚାଳକ ଜଣଙ୍କ ଅତି ଚାଲାକ ର ସହ ରାତ୍ର ସମୟରେ ଉକ୍ତ ନାବାଳିକା ଙ୍କୁ ନେଇ ତାଙ୍କ ମାମୁଁ ଘର ଗ୍ରାମର ଶେଷ ମୁଣ୍ଡ ରେ ଛାଡି ଦେଇଥିଲେ। ପରେ ସକାଳେ ନାବାଳିକା ଜଣଙ୍କ ତାଙ୍କ ସହ ଉକ୍ତ ବାଇକ ଚାଳକ ଲିଫ୍ଟ ଦେବା ବାହାନାରେ ଗତ ୨୦ ତାରିଖରେ ଦୁଷ୍କର୍ମ କରିଥିବା ନେଇ ସବୁ ସତ୍ୟତା ବଖାଣିଥିଲେ। ଏହାପରେ ନାବାଳିକା ଙ୍କ ମାମୁଁ ଘର ଗ୍ରାମର ସବୁ ଭଦ୍ର ଲୋକମାନଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ। ଉକ୍ତ ବୈଠକକୁ ଉକ୍ତ ବାଇକ ଚାଳକ ଜଣଙ୍କ ନ ଆସି ଅନ୍ୟତ୍ର ଫେରାର ହୋଇ ଯାଇଥିଲେ। ପରେ ପୀଡିତା ର ମାମୁଁ ବାଧ୍ୟହୋଇ ଶନିବାର ଓରକେଲ ଥାନା ର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏନେଇ ଥାନାରେ କେସ ନଂ ୨୦୦/୨୫ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦୁଷ୍କର୍ମକାରୀ ରୁ ଗିରଫ ନିମନ୍ତେ ଖୋଜିବା ଆରମ୍ଭ କରିଥିବା ଜଣାପଡିଛି। ତେବେ ଦୁଷ୍କର୍ମକାରୀଙ୍କ ନାମ ଦୟା ମାଢ଼ି(୪୫) ବୋଲି ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ସେ ଫେରାର ରହିଥିବା ବେଳେ ଓରକେଲ ଥାନା ଧୀରେନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଟିମ ତାଙ୍କୁ ଖୋଜି ବାହାର କରିବା ନିମନ୍ତେ ଏକ ସକ୍ରିୟ ଟିମ ଗଠନ କରିଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ପୀଡିତାଙ୍କ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା ଚାଲିଥିବା ଜଣାପଡିଛି।

Leave A Reply

Your email address will not be published.