
ବାଲେଶ୍ବର: ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିବା ପରେ ନୀଳଗିରି ମର୍ଦ୍ଦରାଜପୁର ଜଣେ ଯୁବକକୁ ରେମୁଣା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଅଭିଯୋଗ ଅନୁସାରେ, ଜଣେ ଯୁବକ କଲିଂ ବେଲ୍ ବଜାଇବାରୁ ପ୍ରଫେସରଙ୍କ ସ୍ତ୍ରୀ କବାଟ ଖୋଲିଥିଲେ । କ’ଣ କାମ ଅଛି ବୋଲି ପଚାରିବାରୁ ଗ୍ୟାସ କାମ କରିବାକୁ ଆସିଥିବା ଯୁବକ ଜଣକ କହିଥିଲେ । ତେବେ ଭିତରକୁ ଯିବା ମାତ୍ରେ ଭିତରୁ କବାଟ ବନ୍ଦ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଯୁବକ ଜଣକ । ପ୍ରଫେସରଙ୍କ ସ୍ତ୍ରୀ ଚିତ୍କାର କରିବା ସହ ସ୍ବାମୀଙ୍କୁ ଫୋନ କରିଥିଲେ । କଲୋନୀ ଫାଟକ ପାଖରେ ଥିବା ସିକ୍ୟୁରିଟି କୌଶଳ କ୍ରମେ ଯୁବକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ପାଚେରୀ ଡେଇଁ ଆସିଥିବା ସୂଚନା ରହିଛି ।