
ମାଲକାନଗିରି : ମାଟି ତଳେ ୩୫ ଲକ୍ଷ ଟଙ୍କା । ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ୩୫ ଲକ୍ଷ ଟଙ୍କା ଜବତ କରିଛନ୍ତି ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଟି ତଳେ ପୋତା ହୋଇଥିବା ପ୍ରାୟ ୩୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଉଦ୍ଧାର କରାଯାଇଛି। ଲ୍ୟାଣ୍ଡମାଇନ ବିଛାଉଥିବା ଖବର ପାଇଁ ଚାଇଁବାସା ପୋଲିସ୍, ଝାଡ଼ଖଣ୍ଡ ଜାଗୁଆର ଓ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ମାଟି ତଳେ ପୋତା ହୋଇଥିବା ପ୍ରାୟ ୩୫ ଲକ୍ଷରୁ ଅଧିକ ଟଙ୍କା ଉଦ୍ଧାର ହୋଇଛି । ଏହି ଟଙ୍କାରେ ମାଓବାଦୀ ମାନେ ବିସ୍ଫୋରକ ସାମଗ୍ରୀ କିଣି ଜଙ୍ଗଲରେ ଲ୍ୟାଣ୍ଡମାଇନ ବିଛାଇ ବିସ୍ପୋରଣ କିଣୁଥିବା ସୂଚନା ମିଳିଛି ।