
ବଲାଙ୍ଗିର: ବିକ୍ରି ହୋଇଥିବା ଶିଶୁ ଉଦ୍ଧାର ହେଲା । ବଲାଙ୍ଗିର ଟିଟିଲାଗଡ଼ରେ ଅର୍ଥାଭାବରୁ ଶିଶୁ ବିକ୍ରି ଅଭିଯୋଗ ହୋଇଥିଲା । ଟିଟିଲାଗଡ ବ୍ଲକ ଭାଲେଗାଁ ପଞ୍ଚାୟତ ବାଗଡେର ଗାଁର ଦମ୍ପତି ନିଜର ନବଜାତ କନ୍ୟା ସନ୍ତାନକୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା ।
ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ବରଗଡ଼ ଜିଲ୍ଲା ପାଇକମାଳରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ଗତ ୧ ତାରିଖ ଦିନ ନୀଳ ରଣାଙ୍କ ପତ୍ନୀ ଶିଶୁ କନ୍ୟାଟିକୁ ଜନ୍ମ କରିଥିଲେ। ପାଇକମାଳର ସଞ୍ଜୟ ଗୁର୍ଲା ଓ ସୁରଭି ଗୁର୍ଲ୍ଲା ଶିଶୁକୁ ନେଇଥିଲେ।
ତେବେ ସେମାନେ ଶିଶୁକୁ କିଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବିବାହ ର୨୦ ବର୍ଷ ପରେ ସନ୍ତାନ ସନ୍ତତି ନହେବାରୁ ସେ ଶିଶୁକୁ ପାଳିବାକୁ ଆଣିଥିବା କହିଛନ୍ତି। ତେବେ ଶିଶୁକୁ ବଲାଙ୍ଗିର ଶିଶୁ ସୁରକ୍ଷା ସମିତିରେ ରଖା ଯାଇଛି । ଘଟଣାର ତଦନ୍ତ କରାଯାଉଛି ।