
ଭୁବନେଶ୍ୱର : ରାଜଧାନୀରେ ପୋଲିସ ସ୍ପେଶାଲ୍ କ୍ରାଇମ୍ ୟୁନିଟର ରେଡ୍ । ବିପୁଳ ମାତ୍ରାରେ ଗଞ୍ଜେଇ, ଚିଲମ ଜବତ । ଭୁବନେଶ୍ବରର ଖଣ୍ଡଗିରି ସ୍ଥିତ ଧର୍ମବିହାର, ଜାଗମରା, ପାତ୍ରପଡ଼ା ଏବଂ କଳିଙ୍ଗ ବିହାର ଅଞ୍ଚଳରେ ରେଡ୍ । ଏଠାରେ ଥିବା ସମସ୍ତ ପାନ ଦୋକାନ, ଚା ଦୋକାନ ଏବଂ ଏମସ ସ୍ଥିତ ଛତୁ ଦୋକାନରେ ଚଢ଼ାଉ କରିଛି ଟିମ୍ ।
ବିପୁଳ ମାତ୍ରାରେ ଗଞ୍ଜେଇ ସହ ଚିଲମ ଓ ମୁଦୁକ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ ।