ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ, ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କରାଯାଇଛି ଚିଠି

youtube

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ହାଉସ ୟୁନିଫର୍ମରୁ ହଟିଲା ସବୁଜ ରଙ୍ଗ ।  ଏଣିକି ବିଦ୍ୟାର୍ଥୀ ପାଇବେ ଗେରୁଆ ଆଇ-କାର୍ଡ ।  ୨୦୨୫-୨୬ ଶିକ୍ଷାବର୍ଷରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ) ଛାତ୍ରଛାତ୍ରୀଙ୍କ ଆଇ-କାର୍ଡ ପରିବର୍ତ୍ତନ ହୋଇଛି।

ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ଶ୍ରେଣୀ, ଜନ୍ମ ତାରିଖ, ରୋଲ୍ ନମ୍ବର ଓ ଫୋନ୍ ନମ୍ବର ରହିବ ।  ଏଥିସହ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ କରାଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି ।

ବିଭିନ୍ନ ସମୟରେ ବାହାର ପିଲା କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରୁଥିବାରୁ ଆଇ-କାର୍ଡକୁ ବାଧ୍ୟତାମୂଳକ କରାଯିବ । ବିଦ୍ୟାଳୟକୁ ପିଲମାନେ ଆସିବା ସମୟରେ ଆଇ-କାର୍ଡ ବେକରେ ପକାଇ ଆସିବେ । କେବଳ ଆଇ-କାର୍ଡ ରଙ୍ଗ ବଦଳି ନାହିଁ ବରଂ ସ୍ଲୋଗାନ୍ ମଧ୍ୟ ବଦଳା ଯାଇଛି ।

ଏଥର ସ୍ଲୋଗାନରେ ପରିବର୍ତ୍ତନ କରାଯାଇ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିସହ ହାଉସ ୟୁନିଫର୍ମ ଓ ଟୋପିର ଲୋଗ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Leave A Reply

Your email address will not be published.