ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ, ସୂଚନା ଦେଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ

youtube

ଭୁବନେଶ୍ୱର : ବର୍ତ୍ତମାନ କିଛି ମାତ୍ରାରେ କମିପାରେ ଟ୍ରାଫିକ ସମସ୍ୟା । ଟ୍ରାଫିକ୍‌ ବ୍ୟବସ୍ଥାକୁ ଆହୁରି ମଜବୁତ ହେବ। ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ।

ପୋଲିସ କମିଶନରଙ୍କ କହିବା ଅନୁସାରେ, ଆଜି ୫୩ ଛାତ୍ରଛାତ୍ରୀ ଟ୍ରାଫିକ୍‌ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ଦିଆଯାଇଛି ।

ତେବେ କମିଶନରେଟ ପୋଲିସ ଦ୍ବାରା ଦିଆଯାଇଥିବା ପୋଷାକ ଏବଂ ଟୋପି ପିନ୍ଧି ଟ୍ରାଫିକ ନିୟନ୍ତ୍ରଣ କରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଯୋଗଦାନ ବଡ଼ ସହାୟକ ହେବ ବୋଲି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି । ଯୋଗଦାନ ଟ୍ରାଫିକ୍‌ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ । କିଛି ମାତ୍ରାରେ ଟ୍ରାଫିକ ସମସ୍ୟା କମିପାରେ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.