ଅବଦୁଲ କଲାମ ଆଇଲାଣ୍ଡରୁ ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

youtube

ଭୁବନେଶ୍ବର: ଭାରତକୁ ମିଳିଲା ଆଉ ଏକ ବଡ ସଫଳତା । ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଭାରତର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ ହୋଇଛି । ଆଜି (ସୋମବାର) ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍‌କ୍ଷେପଣ କରାଯାଇଛି।

ସୂଚନାଥାଉକି, DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର । ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ସହ ଭୂପୃଷ୍ଠରୁ ଏହା ଟାର୍ଗେଟ୍‌ କରିଥାଏ।

ଏହି ସଫଳ ଉତ୍‌କ୍ଷେପଣ ଭାରତର କ୍ଷୁଦ୍ର-ଦୂରବର୍ତ୍ତୀ ଆକ୍ରମଣ କ୍ଷମତାକୁ ସୁଦୃଢ଼ କରିବ । ଏଥିସହ ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ଏକ ବଡ଼ ସଫଳତା ମିଳିଛି।

ପ୍ରମୁଖ ପ୍ରତିରକ୍ଷା ଅଧିକାରୀ ଏବଂ ବୈଜ୍ଞାନିକମାନଙ୍କ ଦ୍ୱାରା ଏହି ଉତ୍‌କ୍ଷେପଣ ପର୍ଯ୍ୟବେକ୍ଷଣ କରାଯାଇଥିଲା ।

Leave A Reply

Your email address will not be published.