
ଢେଙ୍କାନାଳ: ସ୍ପଷ୍ଟ ଦିବାଲୋକରେ ଅପହରଣ ଉଦ୍ୟମ । କୌଶଳକ୍ରମେ ଖସିଆସିଲେ ନାବାଳିକା । ନାବାଳିକା ଛାତ୍ରୀଙ୍କୁ ଜୋର ଜବରଦସ୍ତ ଅପହରଣ ଉଦ୍ୟମ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କାରିଗର ସାହି ନିକଟରେ ଘଟିଛି ଏହି ଘଟଣା ।
ଅଭିଯୋଗ ଅନୁୟାୟୀ ନାବାଳିକା ଜଣକ ସ୍କୁଲକୁ ଯିବାବେଳେ ୫ ଜଣ ଦୁର୍ବୃତ୍ତ କାରରେ ଆସି ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ । ତେବେ ଅପହରଣକାରୀଙ୍କ କବଳରୁ ସେ କୌଶଳକ୍ରମେ ଖସି ଆସିଛନ୍ତି । ଏନେଇ ପରିବାର ଲୋକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିଏ ଓ କାହିଁକି ଅପହରଣ ଉଦ୍ୟମ କରିଥିଲେ ତାହା ଜଣାପଡିନାହିଁ ।