ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ମିଳିବ ସହାୟତା: ରାଜସ୍ବ ମନ୍ତ୍ରୀ

add-all

ଭୁବନେଶ୍ବର: ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ସହାୟତା ମିଳିବ ବୋଲି  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି।

ପାଗ ଅନୁକୂଳ ହେଲେ ଆସନ୍ତା କାଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ।
ପ୍ରାୟ ସବୁ ନଦୀରେ ଜଳସ୍ତର କମିଛି। ତଳିଆ ଅଞ୍ଚଳରୁ ପାଣି ଛାଡିବା ପାଇଁ ସମୟ ଲାଗିବ। ଯେତେ ଦିନ ପର୍ଯ୍ୟନ୍ତ ଲୋକେ ରିଲିଫ ସେଣ୍ଟର ଅଛନ୍ତି ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.