ମାଲକାନଗିରିରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

add-all

ବ୍ରହ୍ମପୁର : ସବୁଜ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରତିବଦ୍ଧତାକୁ ଦୋହରାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ଗ୍ରାମରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବୃକ୍ଷ ମିତ୍ର ପଦକ୍ଷେପ ଅଧୀନରେ ଏହା ଅନୁଷ୍ଠିତ ହୋଇଥିଲା। ଟାଟା ସଷ୍ଟେନେବିଲିଟି ମାସ -୨୦୨୫ ର ଅଂଶ ଭାବରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲର ସ୍ୱେଚ୍ଛାସେବୀ ଏବଂ ଗ୍ରାମବାସୀ ଉତ୍ସାହର ସହ ଭାଗ ନେଇ ବୃକ୍ଷ ରୋପଣ କରିଥିଲେ। ଏହା ପରିବେଶ ସଚେତନତା ବୃଦ୍ଧି କରିବା ସହ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ନିୟୋଜନକୁ ପ୍ରୋତ୍ସାହିତ କରିଥିଲା।

ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲା ଏହାର ଜୈବ ବିବିଧତା ଏବଂ ଜନଜାତି ସଂସ୍କୃତି ପାଇଁ ପରିଚିତ। ତେଣୁ ଟିପିଏସ୍ଓଡିଏଲ୍ ପକ୍ଷରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଇ ସିଏସଆର୍ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। ସ୍ଥାନୀୟ ବାସିନ୍ଦାଙ୍କ ଭାଗିଦାରୀରେ ଏକ ସବୁଜ ପରିବେଶ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ମଧ୍ୟ କମ୍ପାନୀ ଲକ୍ଷ୍ୟ ରଖିଛି।

ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଟିପିଏସ୍ଓଡିଏଲରେ ଆମର ପ୍ରତ୍ୟେକ କାର୍ଯ୍ୟରେ ସଷ୍ଟେନେବିଲିଟି ଉପରେ ଗୁରୁତ୍ବ ଦିଆଯାଏ। ଆମର ବୃକ୍ଷ ମିତ୍ର ପଦକ୍ଷେପ କେବଳ ଚାରା ରୋପଣରେ ସୀମିତ ନୁହେଁ, ବରଂ ଏହା ଏକ ସ୍ୱଚ୍ଛ ସବୁଜ ପରିବେଶ ଗଠନ ଦିଗରେ ଆମର ସମର୍ପିତ ମନୋଭାବକୁ ଦର୍ଶାଏ। ଏଭଳି ଛୋଟ ଛୋଟ ପଦକ୍ଷେପ ମାଧ୍ୟମରେ ଆମେ ବଡ଼ ପରିବର୍ତ୍ତନ ଆଣିପାରିବା ଏବଂ ଆମ ପୃଥିବୀକୁ ସୁନ୍ଦର କରିପାରିବା।”

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ସୁରକ୍ଷା ଦାୟିତ୍ବ ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି। ଏହା ଦର୍ଶାଏ ଯେ ମିଳିତ ପ୍ରୟାସ ଦ୍ଵାରା ଛୋଟ ଛୋଟ ପଦକ୍ଷେପ ମାଧ୍ୟମରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି ହୋଇପାରିବ।

ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ସଶକ୍ତିକରଣ କରି ଦକ୍ଷିଣ ଓଡ଼ିଶାରେ ଏକ ସବୁଜ, ସୁସ୍ଥ ଏବଂ ସଷ୍ଟେନେବଲ ଭବିଷ୍ୟତ ନିର୍ମାଣ ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଛି।

ad-week
Leave A Reply

Your email address will not be published.