
ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସୋମବାର ଚାର୍ଜଶିଟ୍ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଅଦାଲତରେ ୫୭୪ ପୃଷ୍ଠାର ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ, ଗତ ଜୁନ ୧୫ ତାରିଖରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହିତ ଗୋପାଳପୁର କାଠପୋଲ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟାରେ ୧୦ ଜଣ ଯୁବକ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହିତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତା ରାତି ୧୧ଟାରେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ରାଜ୍ୟ ସରକାର ମାମଲାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚଙ୍କୁ ଦେଇଥିଲେ।