ସହିଦ ସପ୍ତାହ ଆରମ୍ଭରୁ ନିଜର ସ୍ଥିତି ଜାହିର ପୋଷ୍ଟର ଓ ବ୍ୟାନର ଲଗାଇଲେ ମାଓବାଦୀ

add-all

ମାଲକାନଗିରି : ମାଓ ସଙ୍ଗଠନ ୨୮ ତାରିଖରୁ ସହିଦ ସପ୍ତାହ ପାଳନ କରୁଥିବା ବେଳେ ଏହି ସପ୍ତାହର ପ୍ରଥମ ଦିନରେ ନିଜର ସ୍ଥିତି ଜାହିର ପାଇଁ ମାଓ ସଙ୍ଗଠନ ଲଗା ଯାଇଛି ବ୍ୟାନର ଓ ପୋଷ୍ଟର। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦ୍ରି କୋଥାଗୁଡେମ ଜିଲ୍ଲାରେ ଚାର୍ଲା ମାଓ କମିଟି ଅଞ୍ଚଳରେ ସଙ୍ଗଠନ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଲଗାଯାଇଛି। କୋଥାଗୁଡେମ ଗାଁ ନିକଟ ମୁଖ୍ୟ ରାସ୍ତାରେ ମାଓବାଦୀମାନେ ଏହି ବ୍ୟାନର ଏବଂ ପୋଷ୍ଟର ଲଗାଇଛନ୍ତି। ୨୮ ଜୁଲାଇରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ସହିଦ ସପ୍ତାହକୁ ପାଳନ କରିବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି। ସେହିପରି ପୋଷ୍ଟରରେ ଜନ ଆନ୍ଦୋଳନ ମାଧ୍ୟମରେ ମାଓ ଦମନ ପାଇଁ ଆରମ୍ଭ ହୋଇଥିବା ଅପରେସନ କାଗରକୁ ପରାସ୍ତ କରିବା ବିଷୟରେ ଉଲ୍ଲେଖ କରାଯାଇଛି। ତେବେ ସୁରକ୍ଷା ବାହିନୀ ପକ୍ଷରୁ ଉକ୍ତ ବ୍ୟାନର ଏବଂ ପୋଷ୍ଟରକୁ ଜବତ କରାଯାଇଥିବା ସହ ଅଞ୍ଚଳରେ ତଲାସି ଅଭିଯାନ କୁ ବଢାଇ ଦିଆଯାଇଛି। ସମାନ ରୂପେ ମାଲକାନଗିରି ଜିଲ୍ଲା ସୀମାବର୍ତ୍ତି ଅଞ୍ଚଳରେ ମଧ୍ୟ ପୋଲିସ ପକ୍ଷରୁ ତଲାସି ଅଭିଯାନ କୁ ବଢାଇ ଦିଆଯାଇଛି।

ad-week
Leave A Reply

Your email address will not be published.