ଭାରତ ଆଦୌ ଚିନ୍ତିତ ନୁହେଁ କି ଜବାବୀ କାର୍ଯ୍ୟାନୁଷ୍ଠାନ କରିବ ନାହିଁ

add-all

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ୨୫ ପ୍ରତିଶତ ଟାରିଫ ନେଇ ଭାରତରେ ପ୍ରବଳ ହୋହଲ୍ଲା ହେଉଥିବା ବେଳେ ଭାରତ ଆମେରିକା ବିରୁଦ୍ଧରେ କୌଣସି ପ୍ରତି ଶୁଳ୍କ ଲାଗୁ କରିବ ନାହିଁ ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ନେଇ ଜାତୀୟ ଗମମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ଭାରତ ଆମେରିକାର ଏହି ଶୁଳ୍କ ଉପରେ ପ୍ରତିଶୋଧ ମୂଳକ ଟାରିଫ ଲଗାଇବ ନାହିଁ। ଟେବୁଲ ଉପରେ ଏହାର ସମାଧାନ କରାଯିବ। ଉଭୟ ପକ୍ଷର ସର୍ବୋତ୍ତମ ସ୍ୱାର୍ଥକୁ ରକ୍ଷା କରି ଆଲୋଚନା ମାଧ୍ୟମରେ ଏହାର ସମାଧାନ ଖୋଜିବାକୁ ଭାରତ ପ୍ରସ୍ତୁତ ବୋଲି ଇଣ୍ଡିଆ ଟୁଡେକୁ ରିପୋର୍ଟରେ କହିଛି।

ବୁଧବାର ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଜବାବୀ ଶୁଳ୍କ ଲଗାଇଥିଲେ। ତା’ ସହିତ ଋଷ ସହ ବ୍ୟବସାୟ ପାଇଁ ଜରିମାନା ବି ଲଗାଇଥଲେ। ଯାହା ଅକ୍ଟୋବର ୧ ତାରିଖ ଠାରୁ ଲାଗୁ ହେବାକୁ ଯାଉଛି। ଘଟଣାକୁ ନେଇ ଜଣେ ସରକାରୀ ଅଧିକାରୀ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ନିରବତା ସର୍ବୋତ୍ତମ ଉତ୍ତର। ଆମେ ଯାହା କରିବୁ ଆଲୋଚନା ଟେବୁଲରେ ହିଁ କରିବୁ। ତେବେ ଏନେଇ ବିଭିନ୍ନ କ୍ଷେତ୍ରରେ ଚିନ୍ତା କରାଯାଉ ଥିବା  ବେଳେ କେନ୍ଦ୍ର ସରକାର ଚିନ୍ତିତା ନାହାନ୍ତି ବୋଲି ସୂତ୍ର ଜଣଙ୍କ କହିଛନ୍ତି। 

ସେ କହିଛନ୍ତି “ଯେତେବେଳେ ଆମେ ପରମାଣୁ ପରୀକ୍ଷଣ କରିଥିଲୁ, ଆମ ଉପରେ ଏତେ କଟକଣା ଲଗାଯାଇଥିଲା। ସେତେବେଳେ, ଆମେ ଏକ ଛୋଟ ଅର୍ଥନୀତି ଥିଲୁ। ଆଜି, ଆମେ ଏତେ ସ୍ୱାବଲମ୍ବୀ ଆର୍ଥିକ ଶକ୍ତି। ଏବେ ଆମେ କାହିଁକି ଚିନ୍ତା କରିବା?” ସୂଚନା ଥାଉକି ଟ୍ରମ୍ପ ଶୁଳ୍କ ଲାଗୁ କରିବା ପରେ ଭାରତ ସରକାର ଏ କ୍ଷେତ୍ରରେ ନରମ ମନୋଭାବ ପ୍ରକାଶ କରିଛନ୍ତି। ଏ ନେଇ କ’ଣ କ୍ଷତି ହୋଇପାରେ ସେ ଦିଗରେ ଭାରତ ସରକାର ବିଭିନ୍ନ କ୍ଷେତ୍ର ବିଷୟରେ ଅନୁଧ୍ୟାନ କରୁଛନ୍ତି।

ad-week
Leave A Reply

Your email address will not be published.