୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

youtube

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳରୁ ୧୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ବରାଳ ଗ୍ରାମ ନିକଟରେ ଥିବା ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରୁ ଜବତ ହୋଇଛି ୧୨୨ ଗ୍ରାମର ବ୍ରାଉନ ସୁଗାର ।‌ ଅବକାରୀ ବିଭାଗ ଚଢାଉ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛି ବରାଳ ଗ୍ରାମର ସୂର୍ଯ୍ୟକାନ୍ତ ମହାପାତ୍ର ।

ସୂଚନା ଅନୁଯାୟୀ ସୂର୍ଯ୍ୟକାନ୍ତ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ବ୍ରାଉନ ସୁଗାରକୁ ପୁଡିଆ କରି ଅଣ୍ଟାରେ ରଖି ବ୍ୟବସାୟ କରୁଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ଠାରୁ ୧୨୨ ଗ୍ରାମ ଜବତ ହୋଇଥିବା ବେଳେ ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.