ବ୍ରହ୍ମପୁର ପୋଲିସ ଦ୍ୱାରା ଦୁର୍ଦ୍ଧାନ୍ତ ଅପରାଧି ସୁନୀଲ କୁ ଏନକାଉଣ୍ଟର :ଶେଷରେ ନିଃସର୍ତ୍ତ ଖବର କୁ ଫୋଲୋ କଲା ପ୍ରଶାସନ….!

youtube

ମଦ ଓ ବାଲି ମାଫିଆ ଙ୍କ ଥିଲା ଗର୍ଡ ଫାଦର …..!

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ….
ବ୍ରହ୍ମପୁର: ଶେଷରେ ଗଞ୍ଜାମ ପୋଲିସକୁ ଏନକାଉଣ୍ଟର ର କ୍ଷମତା ମିଳିଛି। ତାହାର ଜବାବ ଦେବାକୁ ଯାଇ ଆଜି ବ୍ରହ୍ମପୁର ସ୍ଥିତ ଗୋଳନ୍ଥରା ପୋଲିସ ଓ ସ୍ୱତନ୍ତ୍ର ଟିମ ଦ୍ୱାରା ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧି ସୁନୀଲ ନାୟକକୁ ଧରିବା ପାଇଁ ଜାଲ ବିଛାଇ ଥିଲା ପୋଲିସ କୁ ଦେଖି ସୁନୀଲ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲା ପୋଲିସ ପାଲଟା ଜବାବ ଦେଇ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଛି। ସୁନୀଲର ବାମ ଗୋଡ଼କୁ ପୋଲିସର ଗୁଳି ବାଜିଛି। ପିତାତୋଳି ନିକଟରେ ପୋଲିସ ସହ ଦୁର୍ଦ୍ଧାନ୍ତ ଅପରାଧି ସୁନୀଲ ର ମୁହାଁମୁହିଁ ହୋଇଥିଲା। ପୋଲିସ କୁ ଦେଖି ଗୁଳିମାଡ କରି ଫେରାର ହେବାକୁ ଉଦ୍ୟମ ବେଳେ ପୋଲିସ ର ପାଲଟା ଜବାବ ଓ ଗୁଳି ମାଡ଼ରେ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ଚାଲିଛି। କବିସୂର୍ଯ୍ୟନଗର ଆଇବି ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧି ସୁନୀଲ ନାୟକ ନାଁ ରେ ହତ୍ୟା, ରାହାଜାନି, ଛିନ୍ତାଇ, ଭଳି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ୨୦ ରୁ ଉର୍ଦ୍ଧ ମାମଲା ରହିଛି। ପୋଲିସର ମୋଷ୍ଟ ୱାଣ୍ଟେଡ ରହିଥିଲା ସୁନୀଲ। ସୁନୀଲ ଆସିକା ଅଞ୍ଚଳର ବହୁ ଅପରାଧିକ ଗୋଷ୍ଠି ପାଇଁ କାର୍ଯ୍ୟ କରିବା ଜଣେ ମଦ ଓ ବାଲି ମାଫିଆର ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ୟ କରି ଆସୁଥିବାର ପୂର୍ବରୁ ନଜିର ରହିଛି। ସୁନୀଲ କୁ ଏନକାଉଣ୍ଟର ପରେ ମଦ ଓ ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଉଛି। ସୁନୀଲକୁ ଏକ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଜରିଆରେ ଜେରା କଲେ ଗଞ୍ଜାମ ଜିଲ୍ଲାର ଅନ୍ୟ ଅପରାଧ ଜଗତର ବାଦଶାହା ମାନଙ୍କ ଗୁମର ଖୋଲିବା ସହ ଚୋରା ମଉଜର ସମ୍ପର୍କ ରେ ବିସ୍ତୃତ ଖବର ମିଳିବ। ସୁନୀଲର ମୋବାଇଲ ରେ ପୋଲିସ କୁ ବଡ଼ ବଡ଼ ମାଫିଆ ମାନଙ୍କ ଅପରାଧ ଓ ସେମାନଙ୍କ ବ୍ଲୁପ୍ରିଣ୍ଟ ସମ୍ପର୍କ ରେ ବି ବହୁ ତଥ୍ୟ ହାସଲ ହୋଇ ପାରିବ।ଶେଷରେ ଗଞ୍ଜାମ ପୋଲିସ କୁ ଏନକାଉଣ୍ଟର ର କ୍ଷମତା ମିଳିଥିବା ଯୋଗୁଁ ଅପରାଧ ତତ୍ତ୍ୱ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନିସର୍ତ୍ତ ରେ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଏନକାଉଣ୍ଟର ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଖବର ବାରମ୍ବାର ପ୍ରକାଶ ହୋଇଥିଲା। କାରଣ ବିନା ଏନକାଉଣ୍ଟର ରେ ଅପରାଧୀ ମାନେ କେବେବି ସାବାଡ଼ ହେବେ ନାହିଁ l ସୁନୀଲ ନାହାକ ଗଞ୍ଜାମ ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ଥିଲା ଶେଷରେ ବ୍ରହ୍ମପୁର ପୋଲିସ ଜାଲ ରେ ଫସି ଯାଇଥିଲା, ସୂଚନା ଥାଉକି ଆସିକା, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ଗାଙ୍ଗପୁର ଅଞ୍ଚଳ ରେ ତାର ସାମ୍ରାଜ୍ୟ ବିସ୍ତାର କରି ରଖିଥଲା ଏବଂ ଏହା ପଛରେ ଜଣେ ମଦ ଓ ବାଲି ମାଫିଆ ର ହାତ ଥିବା ବି ସାଧାରଣ ରେ ଚର୍ଚ୍ଚା ହେଉଥିଲା l ସୁନୀଲ ର ସହଯୋଗ ରେ ଉକ୍ତ ବାଲି ଓ ମଦ ମାଫିଆ ବ୍ୟକ୍ତି ନିଜକୁ ବାଦଶାହ ବୋଲି ମଣୁ ଥିବା ଚର୍ଚ୍ଚା ହେଉଥିଲା l ସେ ଯାହାବି ହେଉ ବ୍ରହ୍ମପୁର ପୋଲିସ ପାଇଁ ଏହା ଏକ ବଡ଼ ସଫଳତା କହିଲେ କିଛିବି ଭୁଲ ହେବ ନାହିଁ l

Leave A Reply

Your email address will not be published.