ବଣାଇ କରମପଦା-ରେଞ୍ଜଡ଼ା ରେଳ ଧାରଣା ଉଡ଼ାଇଲେ ମାଓବାଦୀ

youtube

ରାଉରକେଲା : ରେଳ ଧାରଣା ଉଡ଼ାଇଲେ ମାଓବାଦୀ ।  ବଣାଇ କରମପଦା-ରେଞ୍ଜଡ଼ା ରେଳ ଧାରଣାରେ ବିସ୍ଫୋରଣ ।   ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ରେଳ ଧାରଣା ଉଡ଼ାଇଲେ ।  ମାଓବାଦୀଙ୍କ ସହିଦ ସପ୍ତାହରେ ଅଘଟଣ ଘଟାଇଛନ୍ତି ମାଓବାଦୀ। ଏଥିରେ ରେଳବାଇର ଜଣେ ଗ୍ୟାଙ୍ଗମ୍ୟାନ୍ ଏତୱା ଓରାମ ଗୁରୁତର ହୋଇଛନ୍ତି ।

ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍‌ପିଏଫ୍ ଓ ଆର୍‌ପିଏସ୍‌ଏଫ୍ ମୁତୟନ କରାଯାଇଛି। ଏହି ଷ୍ଟେସନଗୁଡ଼ିକ ନକ୍ସଲ ପ୍ରଭାବିତ ହେବା ସହିତ ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ଅବସ୍ଥିତ ହୋଇଥିବାରୁ ରେଳ ପ୍ରଶାସନ ଏହି ୩ଟି ଷ୍ଟେସନ ଉପରେ ସ୍ୱତନ୍ତ୍ର ନଜର ରଖିଛି ।

ରେଳଷ୍ଟେସନ, ଟ୍ରେନ୍ ଓ ରେଳ ସମ୍ପତ୍ତିର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।  ରେଳ ସୁରକ୍ଷାବଳ ଓ ସରକାରୀ ରେଳବାଇ ପୋଲିସ କୁ ହାଇଆଲର୍ଟରେ ରଖାଯାଇଛି ।

Leave A Reply

Your email address will not be published.