ମଣିଶଙ୍କର ସବୁବେଳେ ପାକିସ୍ତାନର ପକ୍ଷ ନିଅନ୍ତି : ପ୍ରିୟଙ୍କା ଚତୁର୍ବେଦୀଙ୍କ ଜବାବ

add-all

ନୂଆଦିଲ୍ଲୀ : କଂଗ୍ରେସ ନେତା ମଣିଶଙ୍କର ଆୟାର ଅପରେସନ ସିନ୍ଦୂର ଏବଂ ବିଭିନ୍ନ ଦେଶକୁ ଯାଇଥିବା ପ୍ରତିନିଧି ଦଳ ବିଷୟରେ ଶନିବାର କହିଥିଲେ ଯେ ଯେଉଁ ୩୩ଟି ଦେଶକୁ ପ୍ରତିନିଧିମଣ୍ଡଳ ଗସ୍ତ କରିଥିଲେ ସେସବୁ ଦେଶମାନେ ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିନଥିଲେ ।

ଏହି ବିବୃତ୍ତିର ଜବାବ ଦେଇ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ମଣିଶଙ୍କର ସବୁବେଳେ ପାକିସ୍ତାନ ସହ ଶାନ୍ତି ପାଇଁ ଓକିଲାତି କରିଆସିଛନ୍ତି । ସେ ବାରମ୍ବାର ପାକିସ୍ତାନ ମଧ୍ୟ ଗସ୍ତ କରିଛନ୍ତି । ତେବେ ପହଲଗାମ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବାବେଳେ ସେ ଶାନ୍ତିର ଆଶା କଥା କହୁଛନ୍ତି। ସେ ଜଣେ ନିଷ୍କ୍ରିୟ ନେତା । ସେ ଜଣେ କଂଗ୍ରେସରୁ ବହିଷ୍କୃତ ନେତା। ପ୍ରତିନିଧିମଣ୍ଡଳ ବିଭିନ୍ନ ଦେଶ ଗସ୍ତ କରି ଭାରତର ପକ୍ଷ ରଖିଥିଲେ । ଏହାର ଫଳାଫଳ ହେଉଛି ଯେ ଆମେରିକା ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଓ ଖୁବଶୀଘ୍ର ଜାତିସଂଘ ବି ଏହି ଘୋଷଣା କରିବ । ସେହିପରି ଏଫଏଟିଏଫ ମଧ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ପାଣ୍ଠି ଯୋଗାଣ କଥା କହିଛି।

ଆପଣଙ୍କୁ କହି ରଖୁଛୁ ଯେ କଂଗ୍ରେସ ନେତାମଣି ଶଙ୍କର ଆୟାର ପାକିସ୍ତାନର ପକ୍ଷ ନେଇ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ ସିନ୍ଦୂର ସମ୍ପର୍କରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ବିଭିନ୍ନ ଦେଶକୁ ଯାଇଥିବା କୌଣସି ଭାରତୀୟ ପ୍ରତିନିଧି ଦଳ ପାକିସ୍ତାନକୁ ଆକ୍ରମଣ ପାଇଁ ଦାୟୀ କରିନଥିଲେ। ଆୟାର କହିଥିଲେ ଯେ ଭାରତ ପାଖରେ ଏପରି କୌଣସି ପ୍ରମାଣ ନାହିଁ ଯାହା ପ୍ରମାଣ କରିପାରିବ ଯେ ପହଲଗାମ ଆକ୍ରମଣ ପାକିସ୍ତାନ ଦ୍ୱାରା କରାଯାଇଥିଲା।

ad-week
Leave A Reply

Your email address will not be published.