ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ: ଆଉ ନାହାନ୍ତି ଶିବୁ ସୋରେନ । ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ ।

ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଆଉ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ବାପାଙ୍କ ଦେହାନ୍ତ ନେଇ ସୂଚନା ଦେଲେ ପୁଅ ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ପହଞ୍ଚି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା(ଜେଏମଏମ)ର ପ୍ରତିଷ୍ଠାତା ଶିବୁ ସୋରେନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସୋରେନଙ୍କର ୮୧ ବର୍ଷ ବୟସରେ ସୋମବାର ପୂର୍ବାହ୍ନରେ ପରଲୋକ ଘଟିଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ତଥା ପୁଅ ହେମନ୍ତ ସୋରେନଙ୍କୁ ସମବେଦନା ଜଣାଇଥିଲେ।

ସୋରେନ କିଡନୀ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ଥିଲେ। ଗତ ଜୁନ ଶେଷ ସପ୍ତାହରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାସାଧିକ କାଳ ଚିକିତ୍ସା ପରେ ଶେଷରେ ସେ ଆଖିବୁଜିଥିଲେ।

ad-week
Leave A Reply

Your email address will not be published.