
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀଙ୍କୁ ଜୀବନ ହାରିବା ପାଇଁ ଉସକାଇଥିଲେ ଦୁଇ ଛାତ୍ର । ଛାତ୍ରୀ ଆତ୍ମାହୁତି ପଛରେ ମାଷ୍ଟର ମାଇଣ୍ଡ ଦୁଇ ଛାତ୍ର ନେତା । ୨୦ ଦିନ ପରେ ଉଭୟଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ତା ଭିତରୁ ଜଣେ ଏବିଭିପିର ରାଜ୍ୟ ସହ ସଂପାଦକ ଶୁଭ୍ର ସମ୍ବିତ ନାୟକ।
ଅନ୍ୟ ଜଣେ ଜ୍ୟୋତି ପ୍ରକାଶ ବିଶ୍ବାଳ। ଛାତ୍ରୀ ଆତ୍ମାହୁତି ପଛରେ ଏହି ୨ଜଣଙ୍କର ରହିଛି ଭୂମିକା । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ କଲେଜରେ ଲଢ଼େଇ କରୁଥିବା ବେଳେ ତାଙ୍କୁ ଜୀବନ ହାରିବା ପାଇଁ ଏହି ଦୁଇ ଛାତ୍ର ପ୍ରବର୍ତ୍ତାଇଥିଲେ ।
ଆତ୍ମାହୁତି ପାଇଁ ସହଯୋଗ କରିବା ସହ ଆତ୍ମାହୁତି ବେଳେ ମୋବାଇଲରେ ଭିଡ଼ିଓ ସୁଟିଂ କରିଥିଲେ। ଛାତ୍ରୀ ଜଳୁଥିବା ବେଳେ ନିଜେ ଜ୍ୟୋତି ପ୍ରକାଶ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ। ନିଜେ ଉସକାଇ ନିଜେ ଉଦ୍ଧାର କରିଥିଲେ ।
ତଦନ୍ତରୁ ଠୋସ୍ ପ୍ରମାଣ ପାଇବା ପରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏମାନଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ ସାଇନି ଘଟଣାର ତଦନ୍ତ କରୁଛନ୍ତି ।