ଏଫ ଏମ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ବଡ଼ ଖୁଲାସା, ଅଘଟଣ ଦିନ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା

youtube

ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣାରେ ଏକ ବଡ଼ ଖୁଲାସା ।  ଘଟଣା ଦିନ ନିଜେ ପେଟ୍ରୋଲ ଆଣିଥିଲେ ପୀଡ଼ିତା ।  ସାଇକେଲରେ ଯାଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିଥିଲେ । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ ।  ଜୁଲାଇ ୧୨ ତାରିଖ ଦିନ ୧୦ଟା ୪ ମିନିଟର ସିସିଟିଭି ଫୁଟେଜ ।  ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଂ ପରେ ବାହାରକୁ ଯାଇଥିଲେ ।  ସେଠାରୁ ନିଜେ ସାଇକେଲରେ ଯାଇ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଆଣିଥିଲେ । ପେଟ୍ରୋଲ ବ୍ୟାଗକୁ ବାହାରେ ରଖି ପୁଣି ଅଧ୍ୟକ୍ଷଙ୍କ ଚ୍ୟାମ୍ବରକୁ ଯାଇଥିଲେ ।  ସେଠାରୁ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିଥିଲେ ।  ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.