ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମିଳିଲା ନାହିଁ ପ୍ରମାଣ; ମାମଲା ବନ୍ଦ କରିଦେଲେ କୋର୍ଟ

add-all

ନୂଆଦିଲ୍ଲୀ: ସୋମବାର (୪ ଅଗଷ୍ଟ) ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ପିଡବ୍ଲୁଡି ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଆପ) ନେତା ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ପିଡବ୍ଲୁଡି ଅଧିକାରୀଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ମାମଲାକୁ ବନ୍ଦ କରି ଦେଇଛନ୍ତି।

କୋର୍ଟଙ୍କ ଏହି ମଞ୍ଜୁରୀ ସତ୍ୟେନ୍ଦ୍ର ଜୈନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ କହିଛନ୍ତି, ‘ଅନେକ ବର୍ଷର ତଦନ୍ତ ସତ୍ତ୍ୱେ, ପିଓସି ଆଇନ ୧୯୮୮ କିମ୍ବା ଅନ୍ୟ କୌଣସି ଅପରାଧ ଅନୁଯାୟୀ ଅଭିଯୋଗକୁ ସମର୍ଥନ କରିବା ପାଇଁ କାହାରି ବିରୋଧରେ କୌଣସି ପ୍ରମାଣ ମିଳିଲାନାହିଁ।

ଅପରାଧିକ ଷଡ଼ଯନ୍ତ୍ର ସୂଚାଇବା ପାଇଁ କୌଣସି ସାମଗ୍ରୀ ଉପଲବ୍ଧ ନାହିଁ। ଏଥିସହିତ ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟ ପିଡବ୍ଲୁଡି ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଏବଂ ତଥ୍ୟଗତ ପୃଷ୍ଠଭୂମି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଯଥେଷ୍ଟ ନୁହେଁ। ଏଥିପାଇଁ ଦୃଢ଼ ପ୍ରମାଣ ଆବଶ୍ୟକ।

ଭରଦ୍ୱାଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ମିଥ୍ୟା ଏବଂ ଅବାନ୍ତର ସିବିଆଇ ମାମଲା ଏବେ କୋର୍ଟରେ ପଡ଼ିଯାଉଛି। ଏପରି ଏକ ମିଥ୍ୟା ମାମଲାରେ, ବହୁ ବର୍ଷ ଧରି ତଦନ୍ତ କରିବା ପରେ ମଧ୍ୟ ସିବିଆଇ କୌଣସି ଦୁର୍ନୀତି ପାଇଲା ନାହିଁ ଏବଂ ଆଜି କୋର୍ଟ ମାମଲା ବନ୍ଦ କରିଦେଇଛି।”

ଉଲ୍ଲେଖଯୋଗ୍ୟ, ଜୈନ ୨୦୧୫ ରୁ ୨୦୧୭ ମଧ୍ୟରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ସ୍ଥାବର ସମ୍ପତ୍ତି ହାସଲ କରିଥିଲେ, ଯାହାର ସେ ସନ୍ତୋଷଜନକ ହିସାବ ଦେଇପାରି ନଥିଲେ ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଥିଲା।

ad-week
Leave A Reply

Your email address will not be published.