ହଷ୍ଟେଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ‘ଡିଜିଟାଲ୍ ହେଲଥ୍ କାର୍ଡ’: ଗଣଶିକ୍ଷା ମନ୍ତ୍ରୀ

youtube

ଭୁବନେଶ୍ବର : ଏଣିକି ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲଥ କାର୍ଡ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ ସରକାର । ଡିଜିଟାଲ୍ ହେଲଥ କାର୍ଡ ମାଧ୍ୟମରେ ଜାଣିହେବ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଏନେଇ ଗଣଶିକ୍ଷା ବିଭାଗ ଯୋଜନା କରୁଛି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବାଲିଯୋଡି ୟୁଜିୟୁପି ସ୍କୁଲ ହଷ୍ଟେଲ ଛାତ୍ରଙ୍କ ମୁଣ୍ଡରେ ପୋକ ଦେଖିବାକୁ ମିଳିଛି । ଛାତ୍ରଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍କୁଲ ଅଧ୍ୟକ୍ଷା । ପରିତାପର ବିଷୟ ଛାତ୍ରଟିର ମୁଣ୍ଡରେ ପ୍ରଥମେ କ୍ଷତ ହୋଇଥିଲା, ପରେ ପରେ ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ସେ ଦେଖି ନଥିଲେ । ଯାହାଫଳରେ ସ୍କୁଲ କର୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଥିଲା । ତେବେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କର ଦାୟିତ୍ଵ କିଭଳି ନେଉଥିଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ ଛୁଆଟିଏ ମୁଣ୍ଡରେ କ୍ଷତ ହୋଇ ପରେ ଛୁଆର ମୁଣ୍ଡରୁ ପୋକ ବାହାରିଲାଣି, ତଥାପି ଅଭିଭାବକଙ୍କୁ ଜଣାଇନଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ତେବେ ସରକାରଙ୍କ ଡିଜିଟାଲ ହେଲଥ କାର୍ଡ ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିହେବ । ଫଳରେ ଆଗାମୀ ଦିନେ ଏଭଳି ଘଟଣା ଘଟିବନି ବୋଲି କୁହାଯାଉଛି ।

Leave A Reply

Your email address will not be published.