କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଭେଟି ରାଜ୍ୟର ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ। FCI ଦ୍ୱାରା ମାସିକ ଚାଉଳ ଉଠାଣ ବୃଦ୍ଧି କରିବାକୁ ଅନୁରୋଧ କଲେ। ବାଜରା ପ୍ରୋତ୍ସାହନ ଓ ସଂରକ୍ଷଣ ଭିତ୍ତିଭୂମିର ପ୍ରସାର ଅନ୍ତର୍ଭୁକ୍ତ ଉପରେ କଲେ ଆଲୋଚନା।

ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ରାଜ୍ୟରେ ବଳକା ଧାନକୁ ଦୃଷ୍ଟିରେ ରଖି ଆଗାମୀ ଋତୁ ପାଇଁ ଚାଉଳ ସଂଗ୍ରହ ଟାର୍ଗେଟ ବୃଦ୍ଧି କରିବାକୁ ଅନୁରୋଧ କରିଥିବା କହିଛନ୍ତି। ସାକ୍ଷାତକାରକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ସମୟାନୁସାରେ ଏଫସିଆଇ ଦ୍ୱାରା ମାସିକ ଧାନ ଉଠାଣ ବୃଦ୍ଧି କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି।

ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖି ଓଡ଼ିଶା ସରକାରଙ୍କ ସକ୍ରିୟ ପଦକ୍ଷେପ, ଯେଉଁଥିରେ ମାଣ୍ଡିଆକୁ ପ୍ରୋତ୍ସାହନ ଏବଂ ସଂରକ୍ଷଣ ଭିତ୍ତିଭୂମିର ପ୍ରସାର ଅନ୍ତର୍ଭୁକ୍ତ, ଉପରେ ଆଲୋକପାତ କରାଯାଇଥିଲା।” ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.