ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି

youtube

ଭୁବନେଶ୍ୱର : :ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ।  ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ପରେ ସୁରେଶ ପୂଜାରୀଙ୍କୁ ସେଜନ୍ୟମୂଳକ ସାକ୍ଷାତ କରିଛନ୍ତି ଶୋଭନା ମହାନ୍ତି ।  ସରକାର ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ନିଷ୍ଠାର ସହ ତୁଲାଇବି ବୋଲି କହିଛନ୍ତି ।  ବାଲେଶ୍ବର ଏବଂ ପୁରୀ ପ୍ରସଙ୍ଗରେ ନିରପେକ୍ଷ ତଦନ୍ତ ଚାଲିଛି ।  ଦୋଷୀକୁ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାଯୋଗ୍ୟ : ଶୋଭନା ମହାନ୍ତି ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ମହିଳା କମିଶନ ଅଧ୍ୟକ୍ଷାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ ଜାରି ହୋଇଛି । ଏହାସହ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର  ।  ୩ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ,କ ଟିମ୍ ଗଠନ କରି ଓଡ଼ିଶା ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ବବିତା ପାତ୍ର ।

Leave A Reply

Your email address will not be published.