ଚଳିତମାସ ଶେଷରେ ଚୀନ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

youtube

ନୂଆଦିଲ୍ଲୀ: ଏହି ମାସ ଶେଷ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତ କରିବେ । ଏହାସହ ଜାପାନ ମଧ୍ୟ ଯିବେ, ଦ୍ୱିପାକ୍ଷୀକ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ଗସ୍ତ କରୁଥିବା ବେଳେ ସାଂଘାଇ ସହଯୋଗ ସଂଗଠନର ବୈଠକରେ ଯୋଗ ଦେବାକୁ ଚୀନ ଗସ୍ତ କରିବେ । ଗଲବାନ ଘାଟିରେ ଦୁଇଦେଶ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରଥମଥର ପାଇଁ ଚୀନ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩୦ ତାରିଖରେ ଜାପାନରେ ପହଂଚିବେ । ସେଠାରେ ସେ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ସହ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେବେ । ଏହି ବୈଠକ ଦୁଇଦେଶ ମଧ୍ୟରେ ରଣନୈତିକ, ଆର୍ଥିକ ଓ ଟେକନିକ୍ ଭାଗିଦାରୀକୁ ନେଇ ଆଲୋଚନା ହେବ । ଏହାସହ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପରିଯୋଜନାରେ ନୂଆ ଟେକନିକ୍ ସାମିଲ କରିବା ନେଇ ଚର୍ଚ୍ଚା ହୋଇପାରେ । ପ୍ରତିରକ୍ଷା ସହଯୋଗ, ସାମୁଦ୍ରିକ ସୁରକ୍ଷା, ଭିତ୍ତିଭୂମି ନେଇ ମଧ୍ୟ ଆଲୋଚନା ହୋଇପାରେ ।

ସେପଟେ ୨୦୧୯ ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଗସ୍ତ କରୁଛନ୍ତି । ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ପହିଲା ମଧ୍ୟରେ ଚୀନର ତିୟାନଜିନ୍ ସହରରେ ଆୟୋଜିତ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଭାଗ ନେବେ । ଏହି ବୈଠକରେ ପଡ଼ୋଶୀ ଦେଶମାନଙ୍କ ସହ କ୍ଷେତ୍ରୀୟ ସୁରକ୍ଷା, ଆତଙ୍କବାଦ ଓ ବ୍ୟବସାୟ ପ୍ରସଙ୍ଗରେ ଆଲୋଚନା ହେବ । ଏହାସହ ଭାରତ ଓ ଚୀନ ମଧ୍ୟରେ ବିଗୁଡୁଥିବା ସଂପର୍କରେ ସୁଧାର ଆଣିବାକୁ ପ୍ରଧାନମନ୍ତ୍ରୀ ଚେଷ୍ଟା କରିବେ ।

ଏହି ସମ୍ମିଳନୀ କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ଓ ଚୀନ ରାଷ୍ଟ୍ରପତିଙ୍କ ଅନୌପଚାରିକ ଭାବେ ଭେଟ କରିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଅକ୍ଟୋବର ୨୦୨୪ ରେ କଜାନ ଠାରେ ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଓ ଚୀନର ରାଷ୍ଟ୍ରପତିଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା ।

କହିରଖୁ କି ଭାରତ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ଚାଇନ ଆମର ଶତ୍ରୁଦେଶ ବୋଲି ଅଭିହିତ କରାଯାଇଛି । ଗଲୱାନ ସଂଘର୍ଷ ପରେ ଭାରତ ସରକାର ଦେଶବାସୀଙ୍କୁ ଚାଇନା ସାମଗ୍ରୀ ବୟକଟ୍ କରିବା ସହ କିଛି ଚାଇନା ଆପକୁ ବ୍ୟାନ କରିଥିଲେ । ଯାହାକୁ ନେଇ ଭାରତୀୟଙ୍କ ମନରେ ଚୀନ ପ୍ରତି ଏକ ଘୃଣାଭାବ ସୃଷ୍ଟି ହୋଇଛି । ଯାହା କି ଆଜି ବି ବଳବତ୍ତର ଥିବା ଭଳି ମନେହୁଏ । ହେଲେ ହଠାତ୍ କିଛିମାସ ହେବ ଭାରତ ସରକାର ଚାଇନ ପ୍ରତି ଚରମ ମନୋଭାବ ପ୍ରତିପୋଷଣ କରୁଛନ୍ତି । ପ୍ରଥମେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଂକରଙ୍କ ଚାଇନ ଗସ୍ତ ଓ ଏବେ ନିଜେ ପ୍ରଧାନମନ୍ତ୍ରୀ ଚାଇନା ଯାଉଥିବାର ଖବର ଦେଶବାସୀଙ୍କୁ ଚକିତ କରିଛି । ଏହା ପଛରେ ଟ୍ରମ୍ପ ସରକାରଙ୍କ ଟାରିଫ୍ ଝଟକା ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.