FM ମାମଲା: ଆଉ ୧୪ ଦିନ ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି କଲେ କୋର୍ଟ

youtube

ବାଲେଶ୍ବର :  ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ।  ବଢିଲା ଗିରଫ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ବିଚାର ବିଭାଗୀୟ ହାଜତ ଅବଧି ।  ୧୪ ଦିନ ବଢ଼ିଲା ଅଧକ୍ଷ ଦିଲ୍ଲୀପ ଘୋଷ ଓ ଅଧ୍ୟାପକ ସମୀର ସାହୁଙ୍କ ବିଚାର ବିଭାଗୀୟ ହାଜତ ଅବଧି ।  ଜାମିନ ଆବେଦନ ଖାରଜ ପରେ ୧୪ ଦିନ ଅବଧି ବୃଦ୍ଧି ହୋଇଛି ।

ପୂର୍ବରୁ ବିଚାର ବିଭାଗୀୟ ହାଜତରେ ରହୁଥିବା ଅବସ୍ଥାରେ ୧୪ଦିନ ପୂରଣ ପରେ ଉଭୟଙ୍କ ଶୁଣାଣି ହୋଇଥିଲା ।  ଭିସି ଯୋଗେ ହାଜର ହୋଇଥିଲେ ପ୍ରିନ୍ସିପାଲ ଓ ଅଧ୍ୟାପକ ।  ଉଭୟଙ୍କ ବେଲ୍ ନାମଞ୍ଜୁର ହେବା ସହିତ ଆଉ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ସମୟ ବଢ଼ାଇଛନ୍ତି କୋର୍ଟ। ଗତ ୧୨ରେ HOD ସମୀର ସାହୁ ଗିରଫ ହୋଇଥିଲେ । ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଥିଲେ ।

Leave A Reply

Your email address will not be published.