ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ

youtube

ବେଗୁନିଆ: ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କୁ ଖୋର୍ଦ୍ଧାରେ ଆକ୍ରମଣ ଅଭିଯୋଗ । ତାଙ୍କୁ ଜୀବନରେ ମାରିଦେବାକୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ତାଙ୍କ ସମର୍ଥକ ଧମକ ଦେଇଥିବା ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ଗତକାଲି ମଧ୍ୟାହ୍ନରେ ବେଗୁନିଆରେ ୨୦୨୪ ନିର୍ବାଚନରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରକାଶ ଚନ୍ଦ୍ର ରଣବିଜୁଳି ବେଗୁନିଆର କିଛି ଚାଷୀଙ୍କ ମଣ୍ଡି ସମସ୍ୟା ନେଇ ଖୋର୍ଦ୍ଧା ଡିଆରସିଏସଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଅଫିସ ଭିତରୁ ବାହାରୁ ଥିବା ବେଳେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ କିଛି ସମର୍ଥକ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏଥି ସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ସେହି ସମୟରେ ଫୋନରେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ପ୍ରକାଶ ଖୋର୍ଦ୍ଧା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.