ଓଡ଼ିଶାରେ ଗୋହତ୍ୟା ନିଷେଧ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

youtube

କଟକ: ଓଡ଼ିଶାରେ ହୋଇପାରିବନି ଗୋହତ୍ୟା। ଏଥିପାଇଁ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟରେ ଗୋ’ହତ୍ୟା ବନ୍ଦ ପାଇଁ ସ୍ୱତନ୍ତ୍ର ଆଇନ ରହିଛି। ତେଣୁ ସେହି ଆଧାରରେ ଓଡ଼ିଶାରେ ଗୋ’ହତ୍ୟା ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଗୋ’ହତ୍ୟା ନିରୋଧ ଆଇନ ସମ୍ପର୍କରେ ଗୁରୁବାର ରାଜ୍ୟ ସରକାର ଅଦାଲତଙ୍କୁ ଅବଗତ କରିବା ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ଗୋ’ ଫାଉଣ୍ଡେସନ୍‌ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ବିଚାରପତି ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ପିଟିସନ୍‌ରେ ଦର୍ଶାଇଥିଲେ ଯେ, ଗୋ’ ହତ୍ୟା ବନ୍ଦ ପାଇଁ ଓଡ଼ିଶା ସରକାର ୧୯୬୦ରେ ଆଇନ ପ୍ରଣୟନ କରିଥିଲେ। ଓଡ଼ିଶା ପ୍ରିଭେନ୍‌ସନ୍‌ ଅଫ୍‌ କାଓ ସ୍ଲଟର୍‌ ଆକ୍ଟ ନାମରେ ଏହା ପରିଚିତ। ଏହି ଆଇନର ଧାରା ୩ ଅନୁସାରେ ରାଜ୍ୟରେ କୌଣସି ବି କାରଣ ପାଇଁ ଗୋରୁ-ଗାଈଙ୍କୁ ହତ୍ୟା କରାଯାଇ ପାରିବନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ ଏହି ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ରାଜ୍ୟରେ ଅବାଧରେ ଗୋରୁ-ଗାଈଙ୍କୁ କଟାଯାଉଛି ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ।

ଏପରିକି କଟକରେ ବେଆଇନ ଭାବେ ଚାଲିଥିବା କଂସେଇଖାନାକୁ ବନ୍ଦ ପାଇଁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ଏହା ଉପରେ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିଥିଲେ। ରାଜ୍ୟ ସରକାର ଏହା ଉପରେ ଜବାବ ଦାଖଲ କରିଥିଲେ। ରାଜ୍ୟରେ ଗୋ ହତ୍ୟା ନିରୋଧ ଆଇନ ଥିବା ସମ୍ପର୍କରେ ଅଦାଲତଙ୍କୁ ଅବଗତ କରିଥିଲେ।

Leave A Reply

Your email address will not be published.