ହାରିଗଲେ ରାଇଘର ପୀଡ଼ିତା, ଏମ୍‌ସରେ ମୃତ୍ୟୁ

add-all

ଭୁବନେଶ୍ଵର : ପ୍ରତାରଣାର ଶିକାର ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବରଙ୍ଗପୁର ଜିଲା ରାଇଘର ଅଞ୍ଚଳର ନର୍ସିଂ ଛାତ୍ରୀ ଶେଷରେ ପ୍ରାଣ ହରାଇଛନ୍ତି। ୨୦ରୁ ଅଧିକ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖିବୁଜିଛନ୍ତି। ଭୁବନେଶ୍ଵର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଉକ୍ତ ନର୍ସିଂ ଛାତ୍ରୀଙ୍କୁ ଜଣେ ଯୁବକ ଏକତରଫା ଭଲ ପାଉଥିଲେ। ଛାତ୍ରୀ ଜଣକ ରାଜି ନ ହେବାରୁ ଯୁବକ ଜଣକ କୌଶଳକ୍ରମେ ତାଙ୍କର କିଛି ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ଦ୍ଵାରା ସେସବୁ ଭାଇରାଲ କରିଦେଇଥିଲେ। ଏହା ଜଣାପଡ଼ିବା ପରେ ଗତ ଜୁଲାଇ ୧୭ ତାରିଖରେ ଛାତ୍ରୀ ଜଣକ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵର ଏମ୍‌ସକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୂର୍ବରୁ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.