ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ପାଖାପାଖି 200 କୋଟି ଟଙ୍କା ଅନୁଦାନର ଦେଲେ ଭେଟି

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର 26 ତମ ସମାବର୍ତନ ଉତ୍ସବକୁ ଉଦଘାଟନ କରିଥିଲେ ଓଡିଶା ରାଜ୍ୟ ରାଜ୍ୟପାଳ ତଥା କୁଳାଧିପତି ଡ଼ଃ. ହରିବାବୁ କମ୍ବମପାଟି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦାନ କରିଥିବା ତିନିଜଣଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା। ଏଭଳି ପଦକ୍ଷେକୁ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସ୍ୱତନ୍ତ୍ର ଓଡିଶା ଗଠନ, ଭାଷା ଆନ୍ଦୋଳନରେ ବ୍ରହ୍ମପୁର, ଅଭିଵକ୍ତ ଗଞ୍ଜାମ ଜିଲ୍ଲା ର ଅବଦାନ ଅତୁଳନୀୟ ବୋଲି କହିବା ସହିତ ସୁରତର ବିକାଶ ଗଞ୍ଜାମ ଲୋକଙ୍କ ପାଇଁ ସମ୍ଭବ ହୋଇଛି ବୋଲି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟ ରେ କହିଥିଲେ।ଭାରତ ବିଶ୍ୱ ଅର୍ଥନୀତିରେ ବେଶ ପ୍ରଭାଵଶାଳୀ ହେବାକୁ ଯାଉଛି. ବିକଶିତ ଓଡିଶା, ବିକଶିତ ଭାରତ ଗଠନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରୟୋଗଶାଳା ହେଉ ଏବଂ ବିଶ୍ୱବିଦ୍ୟାଳୟ ରୁ ଡିଗ୍ରୀ ହାସଲ କରିଥିବା ଵିଦ୍ୟାର୍ଥୀ ଦେଶର ବିକାଶରେ ଭାଗିଦାରୀ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ରାଜ୍ୟର ସବୁଠାରୁ ଅଧିକ ଅନୁଦାନ ମିଳିଛି, ପିଏମ ରୁଷା ପାଣ୍ଠିରୁ 100 କୋଟି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 83 କୋଟି ଟଙ୍କାର ଅନୁଦାନ ଦିଆ ଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ସମସ୍ଥଙ୍କ ଭବିଷ୍ୟତ ଉଜ୍ଜଳମୟ ଏବଂ ବିଶ୍ୱବିଦ୍ୟାଳୟର ଉନ୍ନତି ହେବା ନେଇ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସଂମ୍ମାନିତ ଅତିଥି ଭାବେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ସମେତ ବହୁ ବିଧାୟକ ମଞ୍ଚାସିନ ଥିଲେ।ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶିକ୍ଷାତ୍ମକ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ,ଏବଂ ପ୍ରଧାନମନ୍ତ୍ରୀ ଉଚତ୍ତର ଶିକ୍ଷା ଅଭିଯାନ ଯୋଜନାରେ ଗବେଷକ ଓ ଗବେଶିକ ଛାତ୍ରାବାସ, ସ୍ନାତ୍ତକତର ଛାତ୍ର ଓ ଛାତ୍ରୀ ନିବାସ, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ସଂଗ୍ରହାଳୟ ପାଇଁ ବହୁ ଉଦେଶ୍ୟ ସାଧନ କେନ୍ଦ୍ର,କେନ୍ଦ୍ରୀୟ କମ୍ପୁଟର ପରୀକ୍ଷାଗାର,ନୂତନ ସାମାଜିକ ବିଜ୍ଞାନ ଏବଂ ମାନବିକ ବିଷୟ ସମୂହ ଶିକ୍ଷା ଭବନ, ନୂତନ ବିଜ୍ଞାନ ଶିକ୍ଷାତ୍ମକ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଉତ୍ସବ ରେ ଡିଏଲ ଟି, ଡିସିଏସ,ପିଏଚ ଡି ପ୍ରାପ୍ତଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବହୁ ଅଧ୍ୟାପକ ଅଧ୍ୟାପିକା ଏହି ଅବସରରେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.