ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ କଲେ ଉଦ୍ଘାଟନ

youtube

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ୩ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି । ବେଙ୍ଗାଲୁରୁ ବେଲଗାବୀ ବନ୍ଦେ ଭାରତ ଏକ୍ସପ୍ରେସ, ଶ୍ରୀମାତା ବୈଷ୍ଣୋଦେବୀ କଟରା-ଅମୃତସର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ନାଗପୁର –ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ ରହିଛି ।

ବେଙ୍ଗାଲୁରୁ ବେଲଗାବୀ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକ ମୁଖ୍ୟ ଷ୍ଟେସନରୁ ବେଙ୍ଗାଲୁରୁ, ଧାରବାଡ଼, ଦୁବଲୀ, ହାବେରୀ, ଦାବଣଗେରେ, ତୁମକୁର, ଯଶଓ୍ୱନ୍ତପୁର ଏବଂ ବେଲଗାବୀରେ ପହଞ୍ଚିବ ।

ଶ୍ରୀମାତା ବୈଷ୍ଣୋଦେବୀ କଟରା-ଅମୃତସର ବନ୍ଦେ ଭାରତ ଏକ୍ସପ୍ରେସ କଟରା, ଜମ୍ମୁ ତୱି, ପଠାନକୋଟ କ୍ୟାଣ୍ଟ, ଜଳନ୍ଧର ସିଟି, ବ୍ୟାସ ଏବଂ ଅମୃତସରରେ ପହଞ୍ଚିବ ।

ନାଗପୁର-ପୁଣେ ବନ୍ଦେ ଭାରତ ଏକ୍ସପ୍ରେସ ୮୮୧ କିମି ଲମ୍ବା ବନ୍ଦେ ଭାରତ ରୁଟ୍ ଟ୍ରେନ । ଏହି ବନ୍ଦେ ଭାରତ ଟ୍ରେନ ସପ୍ତାହକୁ ୬ ଦିନ ଚାଲିବ । ଏଥିରେ ୫୯୦ ସିଟ୍ ରହିଛି । ଯାହାର ଇକୋନୋମି ଟିକେଟ ଦାମ୍ ୧,୫୦୦ ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ପ୍ରଧାନମନ୍ତ୍ରୀ ଆରଭି ରୋଡ(ରଗିଗୁଡ଼ା)ରୁ ଇଲେକଟ୍ରୋନିକ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଛନ୍ତି । ସହର ସଂଯୋଗୀକରଣ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ବି କରିଛନ୍ତି ପ୍ରଧାନମନ୍ତ୍ରୀ ।

୧୯.୧୫ କିଲୋମିଟର ଲମ୍ବ ୟେଲୋ ଲାଇନରେ ୧୬ଟି ଷ୍ଟେସନ ଅଛି । ଯେଉଁଥିରେ RV ରୋଡ୍, ରାଗି ଗୁଡ୍ଡା, ଜୟଦେବ ହସ୍ପିଟାଲ, BTM ଲେଆଉଟ୍, ସେଣ୍ଟ୍ରାଲ୍ ସିଲ୍କ ବୋର୍ଡ, ବୋମାନା ହାଲ୍ଲି, ହୋଙ୍ଗରା ସାଣ୍ଡ୍ରା, କୁଡଲୁ ଗେଟ୍, ସିଙ୍ଗା ସାଣ୍ଡ୍ରା, ହୋସା ରୋଡ୍, ବେରେଟେନା ଅଗ୍ରହାରା, ଇଲେକ୍ଟ୍ରୋନିକ୍ ସିଟି, ଇନଫ୍ଲୋସିସ୍ ଫାଉଣ୍ଡେସନ୍ କୋନାପ୍ପାନା ଅଗ୍ରହାରା, ହୁସ୍କୁର ରୋଡ୍, ହେବ୍ବା ଗୋଦୀ ଏବଂ ବୋମାସାଣ୍ଡ୍ରା ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.