ଭାରତରେ ପ୍ରଥମଥର ହେବ କଣ୍ଟିନେଣ୍ଟାଲ ଟୁର୍, ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଲକ୍ଷ୍ୟ

add-all

ଭୁବନେଶ୍ବର: ଭୁବନେଶ୍ବରରେ ଚାଲିଥିବା ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଇଭେଣ୍ଟରେ ଚମକିଲେ ଓଡିଆ ଆଥଲେଟ। ୧୦୦ ମିଟର ପୁରୁଷ ବର୍ଗ ଫାଇନାଲ୍ କୁ ଗଲେ ଲାଲୁ ଭୋଇ। ୨୦୦ ମିଟର ପୁରୁଷ ବର୍ଗ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଅନିମେଶ୍ କୁଜୁର୍। ସେହିଭଳି ମହିଳା ୧୦୦ ମିଟର ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରାବଣୀ ନନ୍ଦ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ୧୭ ଦେଶର ୧୬୦ ପ୍ରତିଯୋଗୀ । ୧୮ଟି ଇଭେଣ୍ଟରେ ଚାଲିଛି ପ୍ରତିଯୋଗିତା। ଏହି ଦିନିକିଆ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଟୋକିଓ ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ ଯୋଗ୍ୟତା ଅର୍ଜନ ପାଇଁ ଲକ୍ଷ୍ୟ ରଖିଛନ୍ତି ଆଥଲେଟ। ପ୍ରଥମଥର ପାଇଁ ଭାରତରେ ଣ୍ଟିନେଣ୍ଟାଲ ଟୁର୍ ଆୟୋଜିତ ହୋଇଛି ।

ad-week
Leave A Reply

Your email address will not be published.