ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ପ୍ରାୟତଃ ଦେଖାଯାଏ। ଲୋକମାନେ କୁକୁରମାନଙ୍କ ଯୋଗୁଁ ଭୟରେ ରହିବାକୁ ବାଧ୍ୟ ହେଉଛନ୍ତି। କାରଣ କୁକୁରମାନେ ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ ଏନସିଆର ଅଞ୍ଚଳର ସମସ୍ତ ବୁଲା କୁକୁରଙ୍କୁ ଧରାଯିବ। ଏହା ପରେ, ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ରଖାଯିବ।

ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ଆଠ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଧରି କୁକୁର ଆଶ୍ରୟସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୌଣସି କୁକୁରକୁ ପୁଣି ଯେମିତି ଛାଡି ନଦିଆଯାଉ ସେ ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ସମସ୍ତ ବୁଲା କୁକୁରଙ୍କୁ ତୁରନ୍ତ ଉଠାଇ ସୁରକ୍ଷିତ ଆଶ୍ରୟସ୍ଥଳକୁ ପଠାନ୍ତୁ। ଯଦି କୌଣସି ସଂଗଠନ କୁକୁରମାନଙ୍କୁ ବଳପୂର୍ବକ ଧରିବା ସମୟରେ ବାଧା ସୃଷ୍ଟି କରନ୍ତି, ତେବେ ତାଙ୍କୁ ସୁପ୍ରିମକୋର୍ଟଙ୍କ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ। ଏହି ପ୍ରକ୍ରିୟାରେ କାହାର ଭାବନାକୁ ଆଘାତ ଯେମିତି ନଦିଆଯାଏ ତାହା ପ୍ରତି ଧ୍ୟାନ ଦେବାକୁ କୋର୍ଟ କହିଛନ୍ତି।

ad-week
Leave A Reply

Your email address will not be published.