
ନୂଆଦିଲ୍ଲୀ: ଇସ୍ରାଏଲ ନିରନ୍ତର ଗାଜା ଷ୍ଟ୍ରିପ୍ ଉପରେ ଆକ୍ରମଣ କରୁଛି। ଇସ୍ରାଏଲୀ ଆକ୍ରମଣରେ ଅଲ ଜଜିରା ନ୍ୟୁଜ୍ ଚ୍ୟାନେଲର ୫ ଜଣ ସାମ୍ବାଦିକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହା ଅଲ ଜଜିରା ଦ୍ୱାରା ନିଶ୍ଚିତ କରାଯାଇଛି। ଗାଜା ସହରର ଅଲ-ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲୀ ଆକ୍ରମଣରେ ଆଲ ଜାଜିରାର ଏହି ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି।
ପ୍ରସାରକ ସଂସ୍ଥା ଅନୁଯାୟୀ, ନିହତ ସାମ୍ବାଦିକଙ୍କ ମଧ୍ୟରେ ଅଲ ଜାଜିରା ପ୍ରତିନିଧି ଅନାସ ଅଲ-ଶରିଫ ଏବଂ ମହମ୍ମଦ କାରୀକେହ, ଏବଂ କ୍ୟାମେରାମ୍ୟାନ ଇବ୍ରାହିମ୍ ଜାହିର, ମୋଆମିନ୍ ଅଲିୱା ଏବଂ ମହମ୍ମଦ ନୌଫାଲ ଅନ୍ତର୍ଭୁକ୍ତ। ଅଲ ଜାଜିରା ରିପୋର୍ଟ କରିଛି ଯେ ସେମାନେ ଅଲ-ଶିଫା ହସ୍ପିଟାଲର ମୁଖ୍ୟ ଫାଟକ ବାହାରେ ପ୍ରେସ୍ ପାଇଁ ସ୍ଥାପିତ ଏକ ତମ୍ବୁରେ ରହୁଥିବା ଲୋକଙ୍କ ମଧ୍ୟରେ ଥିଲେ। ଇସ୍ରାଏଲୀ ସେନା ଏହି ତମ୍ବୁକୁ ଟାର୍ଗେଟ କରି ଆକ୍ରମଣ କରିଥିଲା ଏବଂ ୫ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା।