ଧରାଳି ଭଗ୍ନାବଶେଷ ତଳୁ ବାହାରିଲା ୪୫ ଫୁଟର କୋଠା, ଉଦ୍ଧାର କାର୍ଯ୍ୟ ଜାରି

youtube

ଧରାଳି : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଳି ଭୟଙ୍କର ବିପର୍ଯ୍ୟୟ ଘଟିଥିଲା ।  ଫଳରେ ବିପର୍ଯ୍ୟୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନଯାପନରେ ବାଧା ସୃଷ୍ଟି କରିଛି । ବିପର୍ଯ୍ୟୟର ଛଅ ଦିନ ପରେ ଲଗାତାର ୨୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି ।  ଏହି ଧ୍ବଂସକାରୀ ବିପର୍ଯ୍ୟୟରେ ପ୍ରାୟ ୪୫ ଫୁଟର ଭଗ୍ନାବଶେଷ ତଳେ ଅନେକ କୋଠା ପୋତି ହୋଇଯାଇଛି । ଯାହାର ଭଗ୍ନାବଶେଷ ହଟାଇବାର କାର୍ଯ୍ୟ ଚାଲିଛି । ଯାହା ଦ୍ବାରା ଶୀଘ୍ର ଜୀବନ୍ତ ଲୋକଙ୍କ ନିକଟରେ ପହଞ୍ଚାଇପାରିବ । ଏହି କାର୍ଯ୍ୟ ପାଇଁ ଟ୍ରାକର୍ କୁକୁର ଏବଂ ଡ୍ରୋନକୁ ନିୟୋଜିତ ରଖାଯାଇଛି । ଫଳରେ ଉଦ୍ଧାର କାର୍ଯ୍ୟ ସହଜ ଏବଂ ଶୀଘ୍ର ହୋଇଯିବ ।

ଭୂସ୍ଖଳନ ଯୋଗୁଁ ଧରାଳିର ଉତ୍ତର- ଦକ୍ଷିଣର ଦୁଇଟି ରାସ୍ତାକୁ ବନ୍ଦ କରିଦିଆଯାଇଛି । ଯାହାଫଳରେ ଭାରୀ ଜିନିଷ ନେବାରେ ଅସୁବିଧା ହେଉଛି । ତଥାପି NDRF ଏବଂ SDRFର ଯବାନମାନେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଚେଷ୍ଟା କରୁଛି । ଏହା ସହିତ ଏହି ଦୁର୍ଘଟଣା ପରେ ୪୫ ଫୁଟର କୋଠା ପୋତି ହୋଇ ରହିଛି । ଯାହା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଟିମ୍ କଠିନ ପରିଶ୍ରମ କରୁଛନ୍ତି । ସେପଟେ ଉଦ୍ଧାରକାରୀ ଟିମ୍ ସମେତ ପୋଲିସ, ଅଗ୍ନିଶମ ବିଭାଗ ଏବଂ ଡାକ୍ତରୀ ଟିମ୍ ନିୟୋଜିତ ରହିଛନ୍ତି । ଫସି ରହିଥିବା ଲୋକଙ୍କ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇବାକୁ ସଜାଗ ରହିଛନ୍ତି ପୁରା ଟିମ୍ । ଏଥି ସହିତ ରିଲଫ୍ କାର୍ଯ୍ୟ ମଧ୍ୟ ଜାରି ରହିଛି । ୩୩ଟି ହେଲିକପ୍ଟର ମଧ୍ୟ ଏଥିରେ ସାମିଲ ରହିଛି । ୧୯୫ ଜଣ ଲୋକଙ୍କୁ ସୁରକ୍ଷିତରେ ଉଦ୍ଧାର କରାଯିବା ସହ ୧୦୦ ଜଣ ପର୍ଯ୍ୟଟକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା ।

ଅନ୍ୟପଟେ ଉତ୍ତରକାଶୀ ଏବଂ ଅନ୍ୟାନ୍ୟ ନିକଟବର୍ତ୍ତୀ ଜିଲ୍ଲାରେ ବର୍ଷା ସତର୍କତା ଜାରି କରାଯାଇଛି । ଭୂସ୍ଖଳନ କାରଣରୁ ମଧ୍ୟ ଅନେକ ରାସ୍ତାଘାଟ ଅବରୋଧ ହୋଇ ରହିଛି । ଖରାପ ପାଗ ଯୋଗୁଁ ବିମାନ ଉଦ୍ଧାର ବନ୍ଦ ରହିଛି । ତେଣୁ ସୈନିକମାନେ ଟ୍ରାକିଂ ଏବଂ ରିଲିଫ୍ ସାମଗ୍ରୀ ଯୋଗାଇଦେଇଛନ୍ତି । ଜଳାଭୂମି ଏବଂ ଭଗ୍ନାବଶେଷରେ ଫସି ରହିଥିବା ମୃତଦେହ ଖୋଜା ଚାଲିଛି ।

Leave A Reply

Your email address will not be published.