ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସ୍‌ଇର ନୂଆ ନିୟମ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ

youtube

ଭୁବନେଶ୍ୱର: ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ କରାଯିବ ପରିବର୍ତ୍ତନ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରିଚାଳିତ ସ୍କୁଲରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ବହି ଦେଖି ପିଲାମାନେ ଦେବେ ପରୀକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍‌ ମୋଡ୍‌ରେ କାର୍ଯ୍ୟକାରୀ କରାଯିବ । ଜୁନ୍‌ ମାସରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ସିବିଏସ୍‌ଇ ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ଏବେ ୯ମ ଶ୍ରେଣୀରେ ପଢୁଥିବା ପିଲାମାନେ ବହି ଦେଖି ଦେବେ ପରୀକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍ ମୋଡରେ କାର୍ଯ୍ୟକାରୀ କରାଯିବ । ଜୁନ୍ ମାସରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ସିବିଏସଇ ।

ଜୁନ୍ ମାସରେ ସିବିଏସ୍ଇର ବୈଠକରେ ନବମ ଶ୍ରେଣୀ ପରୀକ୍ଷାରେ ଇଣ୍ଟିଗ୍ରେଟିଂ ଓପନ୍ ବୁକ୍ ଆସେସ୍ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ପିଲାମାନେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ପାଠ୍ୟପୁସ୍ତକ ଦେଖି ପରୀକ୍ଷା ଦେବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହାକୁ ସିବିଏସ୍ଇ ଗଭର୍ଣ୍ଣିଂ ବଡି ଅନୁମୋଦନ ଦେଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପ୍ରସ୍ତୁତ ନ୍ୟାସନାଲ୍ କରିକୁଲମ ଫ୍ରେମ୍ୱାର୍କ ଫର ସ୍କୁଲ ଏଜୁକେସନ (ଏନସିଏଫଏସଇ)କୁ ଗୁରୁତ୍ୱ ଦେଇ ଏପରି ପଦକ୍ଷେପ ନିଆଯାଇଛି ।

ପିଲା ପରୀକ୍ଷା ଦେବା ସମୟରେ ପାଠ୍ୟପୁସ୍ତକ, କ୍ଲାସ ନୋଟ୍, ଲାଇବ୍ରେରୀ ମ୍ୟାଟେରିଆଲକୁ ବ୍ୟବହାର କରିବାର ସୁଯୋଗ ମିଳିବ । ପାଠ୍ୟକ୍ରମରୁ କ୍ରସ୍ କଟିଂ ଥିମ୍ ନେଇ ପ୍ରଶ୍ନ ପ୍ରସ୍ତୁତ କରାଯିବ । ଯାହାକୁ ନେଇ ପିଲା ବହି ଦେଖି ପରୀକ୍ଷା ଦେବେ । ଏହାକୁ ନେଇ ସାମ୍ପୁଲ ପେପର ପ୍ରସ୍ତୁତ କରାଯିବ

Leave A Reply

Your email address will not be published.