
ଭୁବନେଶ୍ବର: ଆଉ ମାତ୍ର ଦୁଇଟା ଦିନ । ସ୍ବାଧୀନତାର ୭୯ ବର୍ଷର ସ୍ବାଦ ଚାଖିବେ ଦେଶବାସୀ । ଦିଲ୍ଲୀରୁ ପଲ୍ଲୀ, ପୁଣି ଗର୍ବର ସହିତ ଉଡିବ ତ୍ରିରଙ୍ଗା । ଏଥିପାଇଁ ଓଡିଶା ସରକାର ଆସନ୍ତା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।
ତେବେ ଆସନ୍ତୁ ଜାଣିବା କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ?
ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ।
ସରକାରଙ୍କ ଦାୟିତ୍ବ ଅନୁସାରେ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ କେଉଁଝରରେ ପତାକା ଉତ୍ତୋଳନ କରିବେ ଯେତେବେଳେ କି କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପତାକା ଉତ୍ତୋଳନ କରିବେ । ସେହିପରି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁରରେ, ମନ୍ତ୍ରୀ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବଲାଙ୍ଗିରରେ ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ୱ କରିବେ।
କଳାହାଣ୍ଡିରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କନ୍ଧମାଳରେ, ପୁରୀର ସମାରୋହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେବେ। ସେହିପରି ଗଜପତିରେ ପରିବହନ ଏବଂ ଇସ୍ପାତ, ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେବେ । ସେହିପରି ଭଦ୍ରକର ପତାକା ଉତ୍ତୋଳନ କରିବେ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ନବରଙ୍ଗପୁରରେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ସୋନପୁରର ସମାରୋହରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅନୁଗୁଳରେ ପ୍ରଦୀପ ବଳ ସାମନ୍ତ, ରାୟଗଡ଼ାରେ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୟୂରଭଞ୍ଜରେ ସମ୍ପଦ ଚନ୍ଦ୍ର ସ୍ୱାଇଁ ସରକାରଙ୍କ ପ୍ରତିନିଧିତ୍ୱ କରିବେ।