ପାରିବାରିକ କଳହ: ମା’ ସହ ଝଗଡ଼ା ଲାଗି ଜୀବନ ହାରିଲେ ନାବାଳିକା

youtube

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇରେ ପୁଣି ଚାଞ୍ଚଲ୍ୟ । ଜଣେ ଛାତ୍ରୀଙ୍କ ଜୀବନ ହାରିବାକୁ ନେଇ ଆସିଛି ଅଭିଯୋଗ । ପଟ୍ଟାମୁଣ୍ଡାଇ ପୌର ପରିଷଦ ମାଟିଆ ଗାଁରୁ ଆସିଛି ଅଭିଯୋଗ । ୧୩ ବର୍ଷୀୟ ନାବାଳିକା ଆଜି ଜୀବନ ହାରିବାକୁ ନେଇ ଅଭିଯୋଗ ହୋଇଛି । ଖବର ଅନୁସାରେ ଛାତ୍ରୀ ଜଣକ ସ୍କୁଲ ନ ଯିବାରୁ ମା ଓ ଝିଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।  ଯାହାକୁ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଅନ୍ୟପଟେ ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି  ।  ମୃତ ଛାତ୍ରୀ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମେଡିକାଲରେ ପହଁଞ୍ଚି ମୃତକଙ୍କ ପରିବାରକୁ ଭେଟିଥିଲେ ।

Leave A Reply

Your email address will not be published.