ପାକିସ୍ତାନ ଟ୍ରମ୍ପ୍‌ଙ୍କୁ ଦେଖାଉଛି ନୋବେଲ ପୁରସ୍କାର ସ୍ୱପ୍ନ

add-all

ଇସଲାମାବାଦ/ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନୋବେଲ ପୁରସ୍କାର ଦେବାକୁ ପାକିସ୍ତାନ ସମର୍ଥନ କରୁଛି। ପୂର୍ବତନ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନଙ୍କ ଦୃଷ୍ଟିରେ ଏହି ସମ୍ପୂର୍ଣ୍ଣ ମାମଲା ଠିକ୍ ନୁହେଁ। ସେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଆଧୁନିକ ଓସାମା ବିନ୍ ଲାଡେନ ବୋଲି ବର୍ଣ୍ଣନା କରିଛନ୍ତି। ଜେନେରାଲ ଅସୀମଙ୍କ ପରମାଣୁ ଆକ୍ରମଣର ସମ୍ପ୍ରତିକ ସଙ୍କେତକୁ ଅଣଦେଖା କରିବା ତାଙ୍କ ଦୃଷ୍ଟିରେ ଏକ ବଡ଼ ମୂର୍ଖତା ହେବ। ଏହା ଭବିଷ୍ୟତରେ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ ବୋଲି ସେ କହିଛନ୍ତି।

ମଙ୍ଗଳବାର, ଫ୍ଲୋରିଡାରେ ଏକ କାର୍ଯ୍ୟକ୍ରମ ସମୟରେ, ଅସୀମ ମୁନିର କହିଥିଲେ ଯେ, ଯଦି ପାକିସ୍ତାନର ଅସ୍ତିତ୍ୱ ପ୍ରତି କୌଣସି ପ୍ରକାରର ବିପଦ ଆସିବ, ତେବେ ପାକିସ୍ତାନ ବିନା ଦ୍ୱିଧାରେ ଅଧା ବିଶ୍ୱକୁ ଧ୍ୱଂସ କରିବ।

ପୂର୍ବତନ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ ମାଇକେଲ ରୁବିନ୍ ମୁନୀରଙ୍କୁ ଟାର୍ଗେଟ କରି କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ୍ ଜଣେ ବ୍ୟବସାୟୀ। ନୈତିକତା କିମ୍ବା ବିଚାରଧାରା ତାଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସାମ୍ପ୍ରତିକ ସମୟରେ,ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନୀ ଟ୍ରମ୍ପ୍‌ଙ୍କ ଅହଂକାରର ଫାଇଦା ଉଠାଇ ତାଙ୍କୁ ବିଶ୍ୱାସ କରାଇଛି ଯେ, ସେ ନୋବେଲ ପୁରସ୍କାର ପାଇଁ ପ୍ରକୃତ ଯୋଗ୍ୟ। ଦୁର୍ଭାଗ୍ୟବଶତଃ, ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗ ପାଇଁ ଭାରତକୁ ମୂଲ୍ୟ ଦେବାକୁ ପଡ଼ିଛି।

ad-week
Leave A Reply

Your email address will not be published.