ଖୁବଶୀଘ୍ର ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ ଟ୍ରେନ, ଭିଡିଓ ସେୟାର କଲା ରେଳ ମନ୍ତ୍ରଣାଳୟ

youtube

ନୂଆଦୀଲ୍ଲୀ: ଖୁବଶୀଘ୍ର ଭାରତରେ ଗଡ଼ିବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ହାଇଡ୍ରୋଜେନ୍ ଟ୍ରେନ୍ ପ୍ରଥମ ଥର ପାଇଁ ଭାରତର ହରିୟାଣାରେ ଚାଲିବ । ଜିନ୍ଦରୁ ସୋନିପତ ଯାଏଁ ଗଡ଼ିବ ଟ୍ରେନ । ଏହି ଟ୍ରେନକୁ ଇନ୍ଧନ ଯୋଗାଇବା ପାଇଁ ଜିନ୍ଦରେ ଏକ ହାଇଡ୍ରୋଜେନ୍ ପ୍ଲାଣ୍ଟ ନିର୍ମାଣାଧୀନ ରହିଛି । ଭାରତ ବିଶ୍ୱର ପଞ୍ଚମ ଦେଶ ହେବ ଯେଉଁଠାରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଚାଲିବ । ଏହି ଟ୍ରେନ୍ ପୂର୍ବରୁ ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ ଏବଂ ଚୀନରେ ଚାଲୁଛି ।

ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହି ଟ୍ରେନର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଟ୍ରେନର ଡିଜାଇନ୍ ଏବଂ ସ୍ବତନ୍ତ୍ରତା ବିଷୟରେ କୁହାଯାଇଛି । ଏହି ହାଇଡ୍ରୋଜେନ୍ ଟ୍ରେନ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ଦୀର୍ଘତମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହେବ । ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନର କୋଚର ପରୀକ୍ଷଣ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସମାପ୍ତ ହୋଇଛି ।

ରେଳ ମନ୍ତ୍ରଣାଳୟ ଏକ ଅଫିସିଆଲ୍ X ପୋଷ୍ଟ ସେୟାର କରି ଲେଖିଛନ୍ତି, “ଭାରତର ହାଇଡ୍ରୋଜେନ୍ ଯାତ୍ରା ! ଭାରତରେ ପ୍ରଥମ ଥର ପାଇଁ ଏକ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଏହାର ଶେଷ କାର୍ଯ୍ୟକ୍ଷମ ହେବା ପାଇଁ ପ୍ରସ୍ତୁତ । ଏହା ଏକ ଐତିହାସିକ ଘଟଣା ଯାହା ଭାରତର ଏକ ପ୍ରଯୁକ୍ତିବିଦ୍ୟାକୁ ପ୍ରଦର୍ଶନ କରେ, ବିଶ୍ୱ ସ୍ତରରେ ପ୍ରେରଣା ଦିଏ।”

ଭାରତୀୟ ରେଳବାଇ ଦେଶରେ ୩୫ଟି ହାଇଡ୍ରୋଜେନ୍ ଟ୍ରେନ୍ ଚଲାଇବାକୁ ଯୋଜନା କରୁଛି । ପ୍ରତ୍ୟେକ ଟ୍ରେନ୍ ପାଇଁ ପ୍ରାୟ ୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଜିନ୍ଦର ରିଫ୍ୟୁଏଲିଂ ଷ୍ଟେସନରେ ୩ ହଜାର କିଲୋଗ୍ରାମ ହାଇଡ୍ରୋଜେନ ଷ୍ଟୋରେଜ ସହିତ ଦୁଇଟି ଡିସପେନ୍ସର, ଏକ କମ୍ପ୍ରେସର ଏବଂ ଦ୍ରୁତ ଇନ୍ଧନ ପାଇଁ ପ୍ରି-କୁଲର ଇଣ୍ଟିଗ୍ରେସନ ରହିବ । ଜିନ୍ଦ-ଗୋହାନା-ସୋନିପତ ରେଳ ଟ୍ରାକ ପ୍ରାୟ ୮୯ କିଲୋମିଟର ଲମ୍ବା । ହାଇଡ୍ରୋଜେନ୍ ଟ୍ରେନର ଗତି ଘଣ୍ଟା ପ୍ରତି ୧୧୦ ରୁ ୧୪୦ କିଲୋମିଟର ହେବ । ଟ୍ରେନରେ ଏକକାଳୀନ ୨,୬୩୮ ଜଣ ଯାତ୍ରୀ ଯାତ୍ରା କରିପାରିବେ। ୮ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ଏପରି ଏକ ଟ୍ରେନ୍ ଯାହା ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ ।

ହାଇଡ୍ରୋଜେନ ଟ୍ରେନ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ସବୁଠାରୁ ଲମ୍ବା ହାଇଡ୍ରୋଜେନ ଚାଳିତ ଟ୍ରେନ । ଜୁଲାଇ ମାସରେ ଚେନ୍ନାଇ ସ୍ଥିତି ଇଣ୍ଟିଗ୍ରଲ କୋଚ୍ ଫ୍ୟାକ୍ଟ୍ରିରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି ଟ୍ରେନରୁ ଧୂଆଁ ବଦଳରେ ବାଷ୍ପ ଛାଡ଼ିବ, ଯାହା ଦ୍ବାରା ପ୍ରଦୂଷଣ ହେବ ନାହିଁ । ଏହି ଟ୍ରେନ ଇକୋ ଫ୍ରେଣ୍ଡଲୀ ରହିବ । ଡିଜେଲରେ ଚାଲୁଥିବା ଟ୍ରେନ୍ ତୁଳନାରେ ହାଇଡ୍ରୋଜେନ୍ ଟ୍ରେନ୍ ହେଉଛି ମହଙ୍ଗା ଟ୍ରେନ୍ ।  ହାଇଡ୍ରୋଜେନ୍ ଫୁଏଲର କିଲୋପ୍ରତି ଦାମ ହେଉଛି ୪୯୨ ଟଙ୍କା । 

Leave A Reply

Your email address will not be published.