ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା, ୩୫ ବଗି ଲାଇନଚ୍ୟୁତ

youtube

ଆମେରିକା ଟେକ୍ସାସରେ ଭୟଙ୍କର ରେଳ ଦୁର୍ଘଟଣା । ୟୁନିଅନ ପ୍ୟାସିଫିକ ଟ୍ରେନର ୩୫ ବଗି ଲାଇନଚ୍ୟୁତ ହେବ । ଦୁର୍ଘଟଣା ଗାର୍ଡନ କସ୍ତବ ପୂର୍ବରେ ହୋଇଛି । ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି । ଦୁର୍ଘଟଣା ପରେ ଭୟଙ୍କର ଫଟୋ ସାମ୍ନାକୁ ଆସିଛି । ଡ୍ରେନ ବଗିଗୁଡିକ ପରସ୍ପର ଉପରେ ଚଢିଯାଇଛି ।

ଦୁର୍ଘଟଣାକୁ ନେଇ ପେଲୋ ପିଣ୍ଟୋ କାଉଣ୍ଟି ଏମରଜେନ୍ସୀ ସର୍ଭିସେଜ ଡିଷ୍ଟ୍ରିକ୍ଟ ବିପଦପୂର୍ଣ୍ଣ ବୋଲି କହିଛି । ତେବେ ଏହି ଡ୍ରେନ ବଗିରେ କ’ଣ ରହିଥିଲା, ତାହା ଏଯାଏଁ ଜଣାନାହିଁ । ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ଜାରି ରଖିଛି । ଅଗ୍ନିଶମ ଟିମ୍ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।

ଆମେରିକାରେ ହୋଇଥିବା ରେଳ ଦୁର୍ଘଟଣା କାରଣ ଏଯାଏଁ ଜଣାପଡିନାହିଁ । ରେଲୱେ ଏବଂ ସ୍ଥାନୀୟ ପ୍ରଶାସନ ମିଶି ଯାଞ୍ଚ ଆରମ୍ଭ କରିଛନ୍ତି । ତେବେ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଥିବା କୌଣସି ବାସସ୍ଥାନକୁ କ୍ଷତି ପହଞ୍ଚିନାହିଁ ।

ଦୁର୍ଘଟଣା ପରେ ଟ୍ରେନ ବଗି ହଟାଇବା ପରେ ତୁରନ୍ତ ଟ୍ରାକ ମରାମତି କାମ ଚାଲିଛି । ରେଳ ଯାତାୟତକୁ ସୁଗମ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ତେବେ ଘଟଣା ସ୍ଥଳରୁ ଲୋକମାନେ ଦୂରେଇ ରହିବାକୁ ପ୍ରଶାସନ ଅପିଲ୍ କରିଛି ।

Leave A Reply

Your email address will not be published.