
ନୂଆଦିଲ୍ଲୀ: ପାଣି ପାଇଁ ବିଳିବିଳି ହେଉଛି ପାକିସ୍ତାନ । ଭାରତକୁ ପୁଣି ପାକିସ୍ତାନର ଧମକ । ସିନ୍ଧୁ ନଦୀ ପାଣି ବନ୍ଦ କଲେ ଭୟଙ୍କର ହେବ ପରିଣାମ । ଏଭଳି ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ୍ ମୁନୀରଙ୍କ ଧମକ ପରେ ସରିଫଙ୍କ ବୟାନ ସାମ୍ନାକୁ ଆସିଛି । ସରିଫ୍ କହିଛନ୍ତି, ପାକିସ୍ତାନ ଅଂଶର ବୁନ୍ଦାଏ ବି ପାଣି ଛାଡ଼ିବୁନି । ଲକ୍ଷ ଲକ୍ଷ ଜୀବନକୁ ସଙ୍କଟରେ ପକାଇ ରାଜନୀତି କରାଯାଇପାରିବ ନାହିଁ ।
ପାକିସ୍ତାନ ଏହାକୁ କେବେ ବି ବରଦାସ୍ତ କରିବନି । ତାଜିକିସ୍ତାନରେ ଏକ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି ସରିଫ୍ । ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନ ପକ୍ଷରୁ ଭାରତକୁ ଚତୁର୍ଥ ଥର ଧମକ ମିଳିଛି । ପହଲଗାମ ଆତଙ୍କୀ ହମଲା ପରେ ସିନ୍ଧୁ ନଦୀ ଜଳ ଚୁକ୍ତି ବନ୍ଦ କରିଛି ଭାରତ । ଏହାକୁ ହଜମ କରିପାରୁନି ପାକିସ୍ତାନ । ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବାରେ ଲାଗିଛି ।